ଓଡିଶା

ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାରରେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କୋଷାଧ୍ୟକ୍ଷ ରଘୁନାଥ ଲେଙ୍କାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁକୁ ନେଇ ସାଧାରଣରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି । କେନ୍ଦୁପାଟଣା ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ କୋଷାଧ୍ୟକ୍ଷ ରଘୁନାଥ ଲେଙ୍କା ଗତ କିଛିଦିନ ହେଲା ନିଶ୍ଚିନ୍ତକୋଇଲି ବଜାରରେ ଏକ ନୂତନ ଗୃହ ନିର୍ମାଣ କରି ସପରିବାର ବାସ କରିଆସୁଥିଲେ । ତାଙ୍କର ପତ୍ନୀ ତଥା ବାଲିଆପଦା ଗ୍ରାମ ପଞ୍ଚାୟତ ସମିତିସଭ୍ୟା ସବିତାରାଣୀ ଲେଙ୍କା ଗତକାଲି ରାତ୍ରରେ ଘରେ ନଥିଲେ । ସୋମବାର ସକାଳେ ଶ୍ରୀ ଲେଙ୍କା ମୃତ୍ୟୁବରଣ କରିଥିବାର ଖବର ପ୍ରଚାରିତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । ତେବେ ଶ୍ରୀ ଲେଙ୍କା ଗତ କିଛିଦିନ ହେଲା ଅସୁସ୍ଥ ଥିବାର ପରିବାର ତରଫରୁ କୁହାଯାଇଥିଲା ବେଳେ ତାଙ୍କର ମୃତ୍ୟୁକୁ ନେଇ ସାଧାରଣରେ ନାନା କଥା ଶୁଣିବାକୁ ମିଳୁଛି । ଗଭୀର ସମବେଦନା ଜଣାଇଛନ୍ତି ।

Related posts

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚତୁର୍ଥ ଉତ୍କଳ କୃଷିମେଳା ୨୦୨୬ ଉଦଘାଟିତ

mahabharatanews

୧୩ରେ ପ୍ରବଳ ବର୍ଷା ସମ୍ଭାବନା; ‘ୟେଲୋ’ ଓ୍ଵାର୍ଣ୍ଣିଂଜାରି

mahabharatanews

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ: ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବାରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ

mahabharatanews