Uncategorized

ସେଓ ରାବିଡ଼ି

(ମହାଭାରତ): ଆପଣ ଅନେକ ଥର ରାବିଡି ନିଶ୍ଚୟ ଖାଇଥିବେ । କିଛି ଲୋକଙ୍କର ଏହା ଫେଭରେଟ ମିଠା ଡ଼ିଶ ମଧ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଆପେଲ ରାବିଡ଼ି ବିଷୟରେ ବତାଇବୁ ।ଏଥିର ରାବିଡ଼ି ତ ଏକା ଭଳି ମାତ୍ର ସେଓ,ପିସ୍ତା ଏବଂ ବାଦାମ ଟେଷ୍ଟକୁ କରିବ ଆହୁରି ମଜାଦାର ।

ଆବଶ୍ୟକ ସାମଗ୍ରୀ:
୩ଟି ମଧ୍ୟମ ଆକାରର ସେଓ,୧ଲିଟର କ୍ଷୀର,୩ଟେବୁଲ ଚାମଚ ଚିନି,୧/୪ ଚା ଚାମଚ ଗୁଜୁରାତି,୮-୧୦ ବାଦାମ, ୮-୧୦ ପିସ୍ତା
ପ୍ରସ୍ତୁତି ପ୍ରଣାଳୀ: ଏକ ବଡ଼ ବାସନରେ କ୍ଷୀର ଫୁଟାନ୍ତୁ । ଏହାକୁ ଧୀରେ ଧୀରେ ଗୋଳାନ୍ତୁ,ଯେ ପର୍ଯ୍ୟନ୍ତ କ୍ଷୀର ଗାଢ ନହୋଇ ଯାଉ ସେ ପର୍ଯ୍ୟନ୍ତ କ୍ଷୀରକୁ ଗୋଳାନ୍ତୁ । ଏହା ପରେ ଏଥିରେ ଚିନି ପକାନ୍ତୁ ଏବଂ ମଧ୍ୟମ ଆଂଚରେ କ୍ଷୀରକୁ ଗରମ କରନ୍ତୁ । ସେଓର ଚୋପା ବାହାର କରି ଏହାକୁ ଚକଟି ଦିଅନ୍ତୁ । ଯେତେବେଳେ କ୍ଷରୀରର ମାତ୍ରା କମିଯିବ ଏଥିରେ ସେଓକୁ ଢାଳି ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ୩ରୁ ୪ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଏଥିରେ ଗୁଜୁରାତି ପାଉଡ଼ର ଫ୍ଲେଭର ପାଇଁ ବାଦାମ ଏବଂ ପିସ୍ତା ପକାନ୍ତୁ । ଏହା ପରେ ଏହାକୁ ଗରମ କିମ୍ବା ଥଣ୍ଡା ପରଷନ୍ତୁ ।

Related posts

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

mahabharatanews

ସାହିନବାଗ ପ୍ରସଙ୍ଗରେ ହାଇକୋର୍ଟଙ୍କ ପ୍ରଶ୍ନ

mahabharatanews