Uncategorized

ଛେନା ଷ୍ଟିମ ମିଠା

(ମହାଭାରତ ) ସାମଗ୍ରୀ : କ୍ଷୀର , ଚିିନି ଗୁଣ୍ଡ, ଲେମ୍ବୁ ରସ , ଗୋଟେ ଛେଟ ଚାମୁଚ ଗୁଜୁରାତି ଗୁଣ୍ଡ, ଆବଶ୍ୟକୀୟ ଅନୁଯାୟୀ କେସର ।
ପ୍ରଥମେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ । ଫୁଟିଗଲା ପରେ ଛେନା ଛିଡ଼ାଇବା ପାଇଁ କ୍ଷୀରରେ ଳେମ୍ବୁରସ ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାନ୍ତୁ । କ୍ଷୀର ଭଲ ଭାବେ ଛିଡ଼ିଗଲା ପରେ ଏବଂ ଛେନା ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଗ୍ୟାସ ରୁ ଓହ୍ଲାଇ ଦିଅନ୍ତୁ । ଏହାପରେ ଛେନାକୁ ଏକ କଟନ କପଡ଼ା ଦେଇ ଛେନାକୁ ଭଲ ଭାବେ ଛାଣି ଦିଅନ୍ତୁ । କପଡ଼ା ଦେଇ ଛେନାକୁ ଥଣ୍ଡା ପାଣିରେ ଦୁଇ ତିନି ଥର ଧୋଇ ଦିଅନ୍ତୁ । ବର୍ତମାନ ଏହି ଛେନାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ନିଅନ୍ତୁ । ଯେପରି ଖଦଡ଼ା ଅଂଶ ନ ରୁଏ । ଏଥିରେ କିଛି ଚିନି ଏବଂ କ୍ଷୀର ମିଶାନ୍ତୁ । ପୁଣି ଥରେ ଗ୍ରାଇଣ୍ଡିଂ କରନ୍ତୁ । ତା ପରେ ଗୁଜୁରାତି ଗୁଣ୍ଡ ଦେଇ ଏହି ମିଶ୍ରଣକୁ ଗୋଳାନ୍ତୁ । ବର୍ତମାନ ଷ୍ଟିମ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ର ନିଅନ୍ତୁ । ଯେଉଁଥିରେ ଏହି ମିଶ୍ରଣକୁ ରଖନ୍ତୁ ଏବଂ ତା ଉପରେ କେଶର ପକାନ୍ତୁ । ତା ପରେ ଏହିାକୁ ଷ୍ଟିମ ଦିଅନ୍ତୁ । ୨୫ ରୁ ୩୦ ମିନିଟ ସିଝିବା ପାଇଁ ଛାଡ଼ି ଦିଅନ୍ତୁ । ଭଲ ଭାବରେ ସିଝି ଗଲା ପରେ ଏହାକୁ ଅଧଘଂଣ୍ଟା ଥଣ୍ଡା କରିବା ପାଇଁ ଫ୍ରିଜ ରେ ରଖନ୍ତୁ । ପୁରା ଥଣ୍ଡା ହେଲା ପରେ ତାକୁ ଛୁରୀରେ କାଟନ୍ତୁ ।

Related posts

ଜିକା ଭୂତାଣୁ କେରଳରେ ଚିହ୍ନଟ

mahabharatanews

ଟ୍ରମ୍ପଙ୍କ ଗସ୍ତ ପାଇଁ ଏତେ ଖର୍ଚ୍ଚ କାହିିଁକି: ପ୍ରିୟଙ୍କା

mahabharatanews

ଓମାର, ମୁଫ୍ତି ଆତଙ୍କବାଦୀ ନୁହଁନ୍ତି: ନାଜିର ଅହମଦ

mahabharatanews