ଓଡିଶା

ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀଙ୍କ ନୀରବ ମହମବତୀ ଶୋଭାଯାତ୍ରା

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗତବର୍ଷ ପୁଲୱାମା ଠାରେ ସହିଦ୍ ହୋଇଥିବା ୪୦ଜଣ ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ନୀରବ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ରମାନାଥ ସାହୁ ସଭାପତିତ୍ୱ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ସ୍କାଉଡ଼ ଓ ଗାଇର୍ଡ଼ର କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ରାଉତ, ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ରଜନୀକାନ୍ତ ପଣ୍ଡା, ଡ଼ଃ.କବିତା ଷଢଙ୍ଗୀ, ଅଧ୍ୟାପକ ବଳରାମ ସ୍ୱାଇଁ , ଅଧ୍ୟାପକ ସୁଧିର କୁମାର ଦାସ ପ୍ରମୁଖ ଯୋଗଦାନ କରି ସହିଦ୍ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଛାତ୍ର ଛାତ୍ରୀମାନେ ଦେଶ ମାତୃକାର ସୁରକ୍ଷା ନିମନ୍ତେ ବଜ୍ର ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପୂଜାରାଣୀ ବେହେରା, ରୂପାଲି ଦଣ୍ଡପାଟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ଭାବେ ଆଜି ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ବଜାରରେ ଶତାଧିକ ଯୁବକ ଯୁବତୀ ଦେଶାତ୍ମବୋଧକ ଧ୍ୱନି ଦେଇ ମହମବତୀ ଶୋଭାଯାତ୍ରା କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ ।

Related posts

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

ମୁଁ ଜବାହରଲାଲ ନେହେରୁଙ୍କୁ ପ୍ରଶଂସା କରେ, କିନ୍ତୁ ଅନ୍ଧ ଭାବରେ ନୁହେଁ

mahabharatanews

ପଶ୍ଚିମବଙ୍ଗରେ ପତାକାକୁ ନେଇ ବିସ୍ପୋରକ ହିସାଂକାଣ୍ଡ

mahabharatanews