Uncategorized

ଆଜି ସାହିନବାଗ ପ୍ରଦର୍ଶନକାରୀ ଶାହାଙ୍କୁ ଭେଟିବେ

ନୂଆଦିଲ୍ଲୀ: ସାହିନବାଗର ପ୍ରଦର୍ଶନକାରୀ ଆସନ୍ତା କାଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକାୁ ଯାଉଛି । ଆସନ୍ତା କାଲି ମଧ୍ୟାହ୍ନ ୨ଟ।। ସମୟରେ ସମସ୍ତ ମହିଳା ପ୍ରଦର୍ଶନକାରୀ କାଲି ଶାହାଙ୍କୁ ଭେଟି ସେମାନଙ୍କ ମତ ଉପସ୍ଥାପନ କରିବେ । ନାଗରିକତା ସଂଶେ।।ଧନ ଆଇନ (ସିଏଏ)କୁ ଫେରାଇ ନେବାକୁ ନେଇ ଏହି ସାକ୍ଷାତକାର ହେବାକୁ ଥିବା ସୂଚନା ରହିଛି । ତେବେ ଏହାକୁ ନେଇ ଗୃହ ମନ୍ତ୍ରଙ୍କ କାର୍ଯ୍ୟାଳୟ ନିକଟରେ କୌଣସି ସୂଚନା ନ ଥିବା ଅଧିକାରୀ କହିଛନ୍ତି । ପ୍ରଦର୍ଶନକାରୀ ମହିଳାଙ୍କ ପକ୍ଷରୁ ଗୃହ ମନ୍ତ୍ରୀଙ୍କ ସହ ସାକ୍ଷାତ ପାଇଁ କୌଣସି ଅନୁରୋଧ ପହଞ୍ôଚ ନାହିଁ ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ମାସରୁ ସାହିନ ବାଗରେ ମହିଳାମାନେ ସିଏଏ ଓ ଏନଆରସି ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରଦର୍ଶନକୁ ଏହା ମଧ୍ୟରେ ୬୦ ଦିନରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମ।।ଧାନର ବାଟ ବାହାରି ପାରି ନାହିଁ । ଶାହିନ ବାଗ ପ୍ରଦର୍ଶନକାରୀ ମହିଳା କହିଛନ୍ତି, ଆସନ୍ତାକାଲି ମଧ୍ୟାହ୍ନ ୨ଟାରେ ସେମାନେ ଗୃହମନ୍ତ୍ରୀଙ୍କୁ ଭେଯିବେ । ସେମାନଙ୍କ କହିବାକଥା, ଆମ ଡାକରାରେ ପ୍ରଧ।।ନମନ୍ତ୍ରୀ ଓ ଗୃହମନ୍ତ୍ରୀ ଶାହିନ ବାଗ ଆସିଲେ ନାହିଁ । କିନ୍ତୁ ଆମ ସରକାର ସହ ଭେଟିବାକୁ ଆମକୁ ୩ ଦିନ ସମୟ ଦିଆଗଲା । ସେହିପରି ପ୍ରଦର୍ଶନ କାରୀ ସେମାନଙ୍କୁ ଗୃହ ମନ୍ତ୍ରୀଙ୍କୁ ଭେଟିବା ବେଳେ ସୁରକ୍ଷା ଦେବାକୁ ଦାବି କରାଯାଇଛି । ସାକ୍ଷାତକାରପାଇଁ ଯାଉଥିବା ବେଳେ ସେମାନଙ୍କୁ ନ ଅଟକାଇବାକୁ ଓ ପ୍ରଶାସନ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ।
ଏଠାରେ କହିରଖୁ, ଗୃହମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହିଥିଲେ, ସିଏଏକୁ ନେଇ କେହିବି ଆଗାମୀ ତିନି ଦିନ ମଧ୍ୟରେ ତାଙ୍କୁ ସାକ୍ଷାତ କରି ପାରିବେ । ସିଏଏକୁ ନେଇ ଆପତ୍ତି ଥିବା ଲୋକଙ୍କ ସହ ଶାହା ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଥିଲେ ।

Related posts

ଭ୍ରଷ୍ଟାଚାର ମାମଲ।ରେ ସିବିଆଇ ଯାଞ୍ଚକୁ ନେଇ କେ।ର୍ଟ ଅସନ୍ତୁଷ୍ଟ

mahabharatanews

ସମସ୍ତ ରାଜ୍ୟକୁ ପୁଣି ଏନପିଆର ଅଧିସୂଚନା ଜାରି

mahabharatanews

କେରଳ ସରକାରର ଯ।ଚିକାକୁ ହାଇକୋର୍ଟ ପଠାଇଲେ ସୁପ୍ରିମକୋର୍ଟ

mahabharatanews