Uncategorized

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡିରେ ରଖନ୍ତୁ ପିରାମିଡ

(ମହାଭାରତ): ବାସ୍ତୁ ଅନୁସାରେ ଅନେକ ଲୋକେ ଘରେ, ଅଫିସରେ କିମ୍ବା କାର ଆଦିରେ ପିରାମିଡ ରଖନ୍ତି । ଏହାକୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ ।
ବାସ୍ତୁ ଅନୁସାରେ ‘ପିରାମିଡ’କୁ ଗାଡିରେ ରଖିଲେ ଦୁର୍ଘଟଣାରୁ ରକ୍ଷା ମିଳେ । କେବଳ କାର,ବସ,ଟ୍ରକ ନୁହେଁ ,ଏହାକୁ ବାଇକରେ ମଧ୍ୟ ରଖାଯାଇପାରିବ । ପାଖରେ ପିରାମିଡ ଥିଲେ,ସକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ତେବେ ବାସ୍ତୁବିତ୍ଙ୍କ ମତରେ ପିରାମିଡରୁ ଆଉ କେଉଁ ସବୁ ଲାଭ ମିଳେ ଓ ଏହାକୁ କେମିତି ବ୍ୟବହାର କରିବେ ତାହା ବି ଜାଣି ନିଅନ୍ତୁ ।
୧- ବାସ୍ତୁ ଅନୁସାରେ ‘ପିରାମିଡ’ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କାରେ । ଏକ ପାତ୍ରରେ ଚାଉଳ ରଖି ଏହା ଉପରେ ପିରରାମିଡ ରଖନ୍ତୁ ଏବଂ ଗଜାନନଙ୍କ ମନ୍ତ୍ର ଜପ କରନ୍ତୁ । ଏହାପରେସେହି ଚାଉଳରେ ଖିରି ପ୍ରସ୍ତୁତ କରି ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବ ।
୨- ସେହିପରି ଏକ ମାତ୍ର କିଛି ପାଣି ନେଇ ସେଥିରେ ପିରାମିଡ୍ ରଖନ୍ତୁ । ପରେ ସେହି ପାଣିକୁ ନେଇ ମୁହଁ ଓ ଆଖି ଧୁଅନ୍ତୁ । ଏପରି କଲେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହିତ ଆଖି ସୁସ୍ଥ ରହିବ ।
୩- ବାସ୍ତୁ ଅନୁସାରେ ବ୍ୟବସାୟରେ ଉନ୍ନତି ପାଇଁ ପାଖରେ ପିରାମିଡ ରଖନ୍ତୁ । ମା’ ଲକ୍ଷ୍ମୀଙ୍କର ପୂଜା କରି ପିରାମିଡକୁ ଦୋକାନରେ ବା କାର୍ଯ୍ୟସ୍ଥଳରେ ଉତ୍ତର-ପୂର୍ବ କିମ୍ବା ଉତ୍ତର ଦିଗରେ ଏହାକୁ ରଖନ୍ତୁ । ଏହାଦ୍ୱାରା ଆପଣଙ୍କର ବ୍ୟବସାୟରେ ଉନ୍ନତି ହେବ ।
୪- ଏହା ମଧ୍ୟ କୁହାଯାଏ ଯେ, ରୋଗରୁ ଉପଶମ ପାଇବା ପାଇଁ ଆପଣ ପିରାମଡ୍ର ବ୍ୟବହାର କରିପାରିବେ । ବାସ୍ତୁ ଅନୁସାରେ ଆପଣଙ୍କର ଯେଉଁ ଅଙ୍ଗରେ ଯନ୍ତ୍ରଣା ହେଉଛି,ସେହି ସ୍ଥାନରେ ଏକ ପିରାମିଡକୁ କପଡା ସାହାଯ୍ୟରେ ବାନ୍ଧନ୍ତୁ । ଏପରି କଲେ ଆପଣଙ୍କୁ ଶୀଘ୍ର ଉପଶମ ମିଳିବ ।

Related posts

ଦିନକରେ ୧୮ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସୁସ୍ଥ ହୋଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଉଁଶ ମାଛ

mahabharatanews