ଅପରାଧ

ଗଙ୍ଗାମାତ। ମଠର ଗୁପ୍ତ ସୁଡଙ୍ଗ ଶ୍ରୀମନ୍ଦିର ପାଇଁ ହେବ କି ବାଧକ

ମହାଭାରତ, ଗୋପ: ପୁରୀର ଗଙ୍ଗାମାତା ମଠରେ ଏକ ଗୁପ୍ତ ସୁଡଙ୍ଗକୁ ଏବେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି । ବହୁ କାଳରୁ ବନ୍ଦ ଥିବା ଏହି ଗୁପ୍ତ ସୁଡଙ୍ଗ ଶ୍ୟାମା କାଳୀ ମନ୍ଦିର ନିକଟ ପୁରୁଣା ରାଜବାଟି ଓ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ପୂର୍ବରୁ ପୁରୀରେ ଜନ ସ୍ମୃତି ରହିଛି । ଏହି ସୁଡଙ୍ଗ ଦେଇ ପୂର୍ବରୁ ବିପଦ ଆପଦ ସମୟରେ ଗଜପତି ମହାର।।ଜ, ର।।ଜଗୁରୁ ଓ ବିଶ୍ୱସ୍ତ ସେନା ଅଧିକାରୀ ଯାତାୟାତ କରୁଥିଲେ । ତେବେ ଏହି ରହସ୍ୟମୟ ଗୁପ୍ତ ସୁଡଙ୍ଗକୁ ଦେଖିବାକୁ ଗଙ୍ଗା ମାତା ମଠକୁ ଅନେକ ପର୍ଯ୍ୟଟକଙ୍କ ସମେତ ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସୁଛନ୍ତି । ଏହାର ରହସ୍ୟ ଜ।।ଣିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ପୁରୀର ଜନଶ୍ରୁତି ଅନୁସାରେ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଏହି ସୁଡଙ୍ଗ ଯଦି ସତ ହୋଇଥାଏ । ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ ବିଦେଶୀ ପର୍ଯ୍ୟଟକ ଏହି ସୁଡଙ୍ଗକୁ ଯାଇ ଦେଖିବା ତଥ୍ୟ ମଧ୍ୟ ସଂଗ୍ରହ କରୁଛନ୍ତି, ଯାହାକି ଆଗାମୀ ଦିନରେ ଶ୍ରୀମନ୍ଦିରକୁ ବଡ ବିପଦ ହୋଇପାରେ ବୋଲି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଶାସନ ତୁରନ୍ତ ଉକ୍ତ ସୁଡଙ୍ଗ ବିଷୟ ସବିଶେଷ ତଥ୍ୟ ହାସଲ କରି ସୁଡଙ୍ଗ ରାସ୍ତା ଶ୍ରୀମନ୍ଦିର ଯାଏଁ ଅଛି କି ନାହିଁ ତାହା ପ୍ରକାଶ କରିବାକୁ ଦାବି ହୋଇଛି । ତେବେ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏବେ ଉକ୍ତ ସୁଡଙ୍ଗକୁ ବିଦେଶୀ ନାଗରିକ ବୁଲିବା ଉପରେ କଟକଣା ଲଗାଇବାକୁ ମତ ପ୍ରକାଶ ପାଇଛି । ପୁରୀର ଗଙ୍ଗା ମାତା ମଠ ୫୦୦ ବର୍ଷର ପୁରୁଣା ମଠ, ଯାହା ବାଲି ସାହିର ଶ୍ୱେତ ଗଙ୍ଗା ତୀର୍ଥ ପୁଷ୍କରିଣୀ ସମୁଖରେ ରହିଛି, ଏହି ପୁରାତନ ମଠ ।

Related posts

ଭିଜିଲାନ୍ସ ପଞ୍ଝାରେ ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ

mahabharatanews

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀକୁ କୋର୍ଟ ଚାଲାଣ

mahabharatanews