Uncategorized

ଏହି ଗଛ ଲଗାଇଲେ ଘରୁ ଦୂର ହୋଇଥାଏ ବାସ୍ତୁଦୋଷ

(ମହାଭାରତ): ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି । କ’ଣ ଆପଣ ଜାଣିଛନ୍ତି କି ଘରେ ଗଛ ଲଗାଇବା ଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଦୂର ହୋଇଥାଏ । କୁହାଯାଏ ଯେ,ଏମିତି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ । ତାହେଲେ ଜାଣନ୍ତୁ ଘରେ କେଉଁ ସବୁ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ।
ଅଶୋକ ଗଛ
ଘର ପାଖରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁ ଅଶୁଭ ଶକ୍ତିର ବିନାଶ ଘଟିଥାଏ । ଏହା ଘର ପାଇଁ ଶୁଭ ହୋଇଥାଏ ।
ଅଶ୍ୱଗନ୍ଧା
ଅଶ୍ୱଗନ୍ଧା ଗଛକୁ ଏକ ପ୍ରକାର ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ । ବାସ୍ତୁ ଅନୁସାରେ ଘରର ସୀମାରେ ଅଶ୍ୱଗନ୍ଧା ଗଛ ଲଗାଇଲେ ତାହା ଘର ପାଇଁ ଶୁଭ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ନଡିଆ
ନଡିଆ ଗଛ ଘର ପାଖରେ ରହିଲେ ବହୁତ ଶୁଭ ହୋଇଥାଏ । ପରିବାର ସଦସ୍ୟଙ୍କ ମାନ ସମ୍ମାନ ବୃଦ୍ଧି ହେବା ସହ ଉନ୍ନତି ମଧ୍ୟ ହୋଇଥାଏ ।
ଡାଳିମ୍ବ ଗଛ
ବାସ୍ତୁବିତ୍ ମାନଙ୍କ ମତରେ ଏହି ଗଛ ସଠିକ୍ ଦିଗରେ ଲଗାଇଲେ ଏହା ଶୁଭ ମାନା ଯାଇଥାଏ ।
ଜାମୁ ଗଛ
ଜାମୁ ଗଛ ଘର ପାଖରେ ଲଗାଇବା ଶୁଭ ହୋଇଥାଏ । ଏହାକୁ ଉତ୍ତର ଦିଗରେ ଲଗାଇବାକୁ ଭଲ ବୋଲି କୁହାଯାଏ ନାହିଁ । ଯଦି ଘରର ଉତ୍ତର ଦିଗରେ ଜାମୁ ଗଛ ଅଛି ତାହେଲେ ଏହାକୁ କାଟି ଦିଅନ୍ତୁ ।

Related posts

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews

ଟ୍ରମ୍ପ ସମର୍ଥକଙ୍କ ପ୍ରଦର୍ଶନ କାଳରେ ୪ ଜଣଙ୍କ ମୃତ୍ୟୁ

mahabharatanews

ଲାଇବ୍ରେରୀ ଭିଡିଓର ଯାଞ୍ଚ ହେବ: ଦିଲ୍ଲୀ ପୁଲିସ

mahabharatanews