ଓଡିଶା

ଗୁଣି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

(ମହାଭାରତ, ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଜଙ୍ଗଲି ନୂଆ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଏହି ଗାଁର ହାଡିଆ ଜେନାଙ୍କ ଝିଅକୁ ଜ୍ୱର ହେଉଥିଲା । ଏଥିପାଇଁ ସମ୍ପୃକ୍ତ ମହିଳା ଦାୟୀ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗୁଣି ଗାରେଡି ଯୋଗୁଁ ଝିଅକୁ ଜ୍ୱର ହୋଇଥିବା ସନ୍ଦେହ କରି ଗତ ୧୨ ତାରିଖରେ ଗାଁରେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏପରିକି ତାଙ୍କୁ ଜୀବନ୍ତ ଜାଳିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେବେ ଗୁରୁତର ଅବସ୍ଥାରେ ମହିଳା ଜଣକ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଘଟଣା ସମ୍ପର୍କରେ ମହିଳାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । କିନ୍ତୁ ହାଡିଆଙ୍କ ପରିବାର ଆଗରେ ପୋଲିସ ବି ପାଟି ଫିଟାଉ ନଥିବା ଉକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଏବେ ମାନବାଧିକାର କମିଶନ ଓ ମହିଳା କମିଶନରଙ୍କ ନିକଟରେ ଗୁହାରୀ କରିଛନ୍ତି ।

Related posts

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର

mahabharatanews

ଆଲୋକ ସାହୁ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ନିର୍ବାଚିତ

mahabharatanews

ଜୟପାଟଣା ଥାନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews