Uncategorized

ଟ୍ରାକ୍ଟର ଓଲଟି ୪ ଶ୍ରମିକ ମୃତ

ମହାଭାରତ, ଲକ୍ଷେ୍ନø: ଉତ୍ତର ପ୍ରଦେଶ, ବଦୌନ ଜିଲ୍ଲାର ଏକ ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ବଦୌନ ଜିଲ୍ଲାର ଖିତୁରା ଗ୍ରାମ ନିକଟରେ ଗତକାଲି ରାତିରେ ଏକ ଟ୍ରାକ୍ଟରରେ କିଛି ଦିନ ମଜୁରିଆ କାମ ସାରି ଘରକୁ ଫେରୁଥିଲେ । ଖିତୁର।। ଗ୍ରାମ ନିକଟରେ ଟ୍ରାକ୍ଟରଟି ହଠାତ ଓଲଟି ପଡିଥିଲେ । ଫଳରେ ଟ୍ରାକ୍ତରରେ ଥିବା ମଜୁରିଆମାନେ ତଳେ ଖସିପଡିବା ସହ ସେମାନଙ୍କ ଉପରେ ଟ୍ରାକ୍ଟରଟି ପଡିଯାଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ôଚଥିଲା । ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ଲୋକଙ୍କୁ ବାହାର କରାଯାଇଥିଲା । ସମସ୍ତେ ଗୁରୁତର ଆହତ ହୋଇଥିବାରୁ ସେମ।।ନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି ।

Related posts

ମୋବାଇଲ ଦେଖିବାକୁ ବାରଣ କଲେ ବାପାମା’, କୋର୍ଟ ପହଞ୍ଚିଗଲେ ଭାଇଭଉଣୀ

mahabharatanews

କାଶ୍ମୀରରେ ଭୂକମ୍ପ, ତୀବ୍ରତା ୫.୮

mahabharatanews

ମହାରାଷ୍ଟ୍ର: ୭୧୪ ପୁଲିସ ସଂକ୍ରମିତ

mahabharatanews