Uncategorized

ପୂଜା କରିବାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାଶ୍ୱର୍ରେ ବସିବା ଉଚିତ୍, ଜାଣିଛନ୍ତି କି?

(ମହାଭାରତ): ହିନ୍ଦୁ ଧର୍ମରେ ପତ୍ନୀଙ୍କୁ ପତିର ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ । ଏଣୁ ଦୁହେଁଙ୍କୁ ଏକା ସଙ୍ଗେ ପୂଜାରେ ବସିବା ଅନିବାର୍ଯ୍ୟ ବୋଲି କୁହାଯାଇଛି । ସପତ୍ନୀକ ପୂଜାରେ ବସିଲେ ସୁଫଳ ଦୁଇଗଣ ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି । କୁହାଯାଏ ସ୍ୱାମୀଙ୍କୁ କେବେବି ନିଜ ପତ୍ନୀଙ୍କ ଛଡା କୌଣସି ପୂଜାରେ ଏକୁଟିଆ ବସିବା ଉଚିତ୍ ନୁହେଁ ।
କିନ୍ତୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ,ପୂଜାରେ ବସିଲାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କୁ କେଉଁ ପାଶ୍ୱର୍ରେ ରହିବା କଥା ? ଆଉ କେଉଁ ପାଶ୍ୱର୍ରେ ବସିବା ଶୁଭ?
ତେବେ ଚାଲନ୍ତୁ ଆଜି ସେହି ବିଷୟରେ ଆଲୋଚନା କରିବା ।
ଶାସ୍ତ୍ରରେ କୁହାଯାଏ ପୂଜାରେ ପତ୍ନୀଙ୍କୁ ସବୁବେଳେ ନିଜ ସ୍ୱାମୀଙ୍କୁ ଡାହାଣ ପାଶ୍ୱର୍ରେ ବସିବା ଉଚିତ୍ । ଏହା ସହ ଯଜ୍ଞ, ହୋମ,ବ୍ରତଯାତ୍ରା ତଥା ବିବାହ ଇତ୍ୟାଦି କର୍ମରେ ବି ପତ୍ନୀଙ୍କୁ ନିଜ ସ୍ୱାମୀଙ୍କ ଡାହାଣ କଡରେ ବସିବା ଶୁଭ ବୋଲି ମନାଯାଏ । ଶାସ୍ତ୍ରରେ କୁହାଯାଏ ଏହି କଥାର ଧ୍ୟାନ ରଖିଲେ ଉପୋରୋକ୍ତ କର୍ମର ଉଚିତ୍ ଫଳପ୍ରାପ୍ତ ହୋଇଥାଏ ।
ଧ୍ୟାନ ରଖନ୍ତୁ : ଏମିତି ନକରିବା କୌଣସି ପ୍ରକାର ଅପରାଧ ନୁହେଁ । କିନ୍ତୁ ଏମିତି କରିବା ଦ୍ୱାରା ଶୁଭ ହୋଇଥାଏ ବୋଲି କୁହାଯାଏ ।

Related posts

ଆସିଲା ଭାରତ କଲର

mahabharatanews

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଗରମା ଗରମ ମୁଗଡାଲି କଟ୍ଲେଟ୍

mahabharatanews