Uncategorized

ପୁଲିସ ଏନକାଉଣ୍ଟରେ ଅନ୍ତର୍ରାଜ୍ୟ ଅପରାଧି ଗିରଫ

ମହାଭାରତ, ମିରଟ: ଆଜି ମିରଟ ପୁଲିସର ଏନକାଉଣ୍ଟରରେ ଜଣେ ଆନ୍ତର୍ରାଜ୍ୟ ଅପରାଧି ଗିରଫ ହୋଇଛି । ଏହି ଅପରାଧି ମୁଣ୍ଡରେ ୧ ଲକ୍ଷ ଟଙ୍କ।।ର ପୁରସ୍କାର ରାଶି ରହିଛି । ଦିଲ୍ଲୀର ଆଲିପୁର ବାସିନ୍ଦା ରବି ମଲ୍ଲି ଓରଫ ଭୁରା ବୋଲି ପୋଲିସ ଗିରଫଦାରି ପରେ ସୂଚନା ଦେଇଛି । ବିଶେଷ ସୂତ୍ରରୁ ଖବର ପାଇଁ ବରିଷ୍ଠ ଏସପି, ମିରଟ ଅଜୟ ସାହାଣିଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ପୁସ୍ପ ବିହାର ଠାରେ ମଲିକର କାରକୁ ଓଭର ଟେକ କରି ଅଟକାଇଥିଲା । ଏହାପରେ ମଲିକ ପୁଲିସ ଦଳ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା । ପୁଲିସ ପକ୍ଷରୁ ଏହାର ପାଲଟା ଫାୟାରିଂ କରାଯାଇଥିଲା ଓ ଅପରାଧିକୁ କାବୁ କରି ନେଇଥିଲା । ଏହି ଏନକାଉଣ୍ଟରରେ ମଲିକ ଆହତ ହୋଇଛି । ଏଥିସହ ଆଉ ୩ ଜଣ ଅପରାଧି ଖସିଯିବାରେ ସକ୍ଷମ ହୋଇଥିଲେ । ଶକ୍ତି ନାଇଡୁ ଦ୍ୱାରା ପରିଚାଳିତ ନାଇଡୁ ଗ୍ୟାଙ୍ଗର ମଲିକ ଜଣେ ସକ୍ରିୟ ଅପରାଧି । ତା ନାମରେ ଅନେକ ଅପରାଧିକ ମାମଲା ପଞ୍ଜିକୃତ ଅଛି ହରିୟାଣ।।, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ।

Related posts

ପ୍ରଳୟଙ୍କାରୀ ମହାବାତ୍ୟାର ଅକୁହା କଥା

mahabharatanews

କୋଭିଡ-୧୯ ସ୍ଥିତି ଓ ଟୀକାକରଣ ଉପରେ ପିଏମଙ୍କ ସମୀକ୍ଷା ବୈଠକ

mahabharatanews

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩୦୯୧

mahabharatanews