Uncategorized

ମାର୍ଚ୍ଚ ୭ ପର୍ଯ୍ୟନ୍ତ ରବି ପୂଜାରୀ ପୁଲିସ ହାଜତରେ ରହିବ

ବେଙ୍ଗାଲୁରୁ: ପୁଲିସର ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ରବି ପୁଜାରୀକୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତକୁ ଆଜି ପଠାଇ ଦେଇଛି । ପୂଜାରୀକୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଥିଲା । ବେଙ୍ଗାଲୁରୁ କୋର୍ଟର ପ୍ରଥମ ଅତିରିକ୍ତ ସିଟି ମାଜିଷ୍ଟ୍ରେଟ ଭି ଜଗଦିଶା ପୂଜାରୀକୁ ପୁଲିସ ହାଜତକୁ ପଠାଇଛନ୍ତି । ଏହି ସମୟରେ ମାଜିଷ୍ଟ୍ରେଟ କହିଥିଲେ, ଯାଞ୍ଚରେ କୌଣସି ହସ୍ତକ୍ଷେପ ହେବା ଅନୁଚିତ । ଏଥିସହ କୋର୍ଟ ପଚରାଉଚରାର ଭିଡିଓ ଓ ଅଡିଓ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ବଟି ଆଦାୟ ପରି ୨୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅପରାକ ମାମଲାରେ ପୂଜାରୀ ପୁଳିସର ୱାଣ୍ଟେଡ ଥିଲା । ପୁଲିସ ତାକୁ ଦକ୍ଷିଣ ଆଫ୍ରିକାରୁ ଗିରଫ କରି ଭ।।ରତ ଆଣିଥିଲା । ଅଧିକାରୀମାନେ ପୂଜାରିକୁ ଆଣି କେମ୍ପାଗୋଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲେ । ପୂଜାରିର ପ୍ରତ୍ୟାର୍ପଣ ପାଇଁ ଭାରତ ପକ୍ଷରୁ ୨୦୧୯ରେ ସେନେଗାଲକୁ ଅପିଲ କରାଯାଇଥିଲା । ୨୦୧୯ରେ ସେନେଗାଲରେ ତାକୁ ଗିରଫ କରାଯାଇଥିଲା । ସେଠାରୁ ସେ ଜାମିନରେ ଆସିବା ପରେ ସେଠାରୁ ସାଉଥ ଆଫ୍ରିକାକୁ ଫେରାର ହୋଇଯାଇଥିଲା । ସେଠାରେ ସେ ଟ୍ରଗ୍ସ ତଷ୍କରୀ ଓ ବଟି ଆଦାୟ କରିଥିଲା । ଆସନ୍ତାକାଲି ଠାରୁ ପୁଲିସ ତାକୁ ପଚରାଉଚରା କରିବ ବୋଲି ଅତିରିକ୍ତ ସ।ଧାରଣ ନିର୍ଦ୍ଦେଶକ ପୁଲିସ, ଅମର କୁମାର ପାଣ୍ଡେ କହିଛନ୍ତି ।

Related posts

ଆଇପିଏଲ୍ ପରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍

mahabharatanews

ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

mahabharatanews

ସୁରକ୍ଷିତ ରହିଛି ୟେସ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା: ସୀତାରମଣ

mahabharatanews