ଓଡିଶା

ପାଟଣା ଜାଗର ମହୋତ୍ସବରେ କେନ୍ଦୁଝରର ବିସ୍ମୟ ବାଳିକା

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲା ପାଟଣା ଠାରେ ‘ପାଟଣା ଜାଗର ମହୋତ୍ସବ’ ଅନୁଷ୍ଠିତ ହୋଇଛି । ଏହି ମହୋତ୍ସବର ତୃତୀୟ ଦିନର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁନି କୁନି କଳାକାରଙ୍କ ଅବଦାନ ଦର୍ଶକଙ୍କୁ ବିମୋହିତ କରିଥିଲା । ଜାପାନ କୌଶଳରେ ହୋଇଥିବା ମସ୍ତିଷ୍କ ଦକ୍ଷତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରଶିକ୍ଷକ ତପେଶ୍ୱର ମହାନ୍ତିଙ୍କ କୌଶଳରେ କେନ୍ଦୁଝରର ବିସ୍ମୟ ବାଳିକା ପ୍ରଜ୍ଞା ପ୍ରମିତା ମହାନ୍ତି ଆଖିରେ କଳା ପଟି ବାନ୍ଧି ଜିନିଷକୁ ସ୍ପଷ୍ଟ ଭାବେ ଚିହ୍ନି ପାରିବା ଏବଂ ବହିର ପୃଷ୍ଠା ଆଡେଇ ଲେଖା ପଢିପାରିବା ଭଳି ବିସ୍ମିତ କରିଦେବା ଭଳି କଳା ପ୍ରଦର୍ଶନ କରିଥିଲେ । ତାଙ୍କ ବ୍ୟତୀତ ଓଡ଼ିଆ ସିନେମାରେ ପାଦ ଦେଇଥିବା କୁନି କଳାକାର ଅରଦୀପ ନାଏକ ମଞ୍ଚରେ ଆଧୁନିକ ନୃତ୍ୟ ପରିବେଶଣ କରିଥିଲେ । ଶେଷରେ ପାଟଣା ଜାଗର ମହୋତ୍ସବ କମିଟି ତରଫରୁ କେନ୍ଦୁଝର ଜିଲ୍ଲାର ଏହି ଦୁଇ କୁନି ପ୍ରତିଭାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Related posts

୮ ଦଫା ଦାବିକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ଧାରଣା

mahabharatanews

ଚାକିରୀ ନାଁରେ ଠକୁଥିଲେ ଦମ୍ପତି

mahabharatanews

ବଢୁଛି  ହାତୀ ଉପଦ୍ରଵ; ଘର ଭାଙ୍ଗି ଖାଇଗଲେ ଧାନ 

mahabharatanews