ଓଡିଶା

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ଆଜି ବି ମାଲକାନଗିରି ଜିଲ୍ଲାରେ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳୁଛି। ରାସ୍ତା ନଥିବା ବିଶେଷକରି ଗର୍ଭବତୀ ଏବଂ ଗୁରୁତର ରୋଗୀ ବହୁ ହଇରାଣ ହେଉଥିବା ବେଳେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ।ସଦ୍ୟତମ ଘଟଣା କ୍ରମରେ ମାଲକାନଗିରିର ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର କୁନିଗୁଡା ଗ୍ରାମର ବନ୍ଧୁ ଖିଲଙ୍କ ପତ୍ନୀ ଜେମା ଖିଲ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତେବେ ୧୦୨ ଆମ୍ବୁଲାନ୍ସ ସହ ସ୍ଥାନୀୟ ଆଶାକର୍ମୀ ଏବଂ ଲୋକେ ଯୋଗାଯୋଗ କରିବାରୁ ସେ ଗ୍ରାମକୁ ରାସ୍ତା ନଥିବାରୁ ପ୍ରାୟ ତିନି ଚାରି କିଲୋମିଟର ଦୂରରେ ଅଟକି ରହିଥିଲା। ତେବେ ପରିବାର ଲୋକେ ଆଉ ଡେରି ନକରି ଜେମାଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତାରେ ଛିଡା ହୋଇଥିବା ଆମ୍ବୁଲେନସ ନିକଟରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ତୁରନ୍ତ ଜେମାନଙ୍କୁ ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ଆଜି ଜିଲ୍ଲାର ବହୁ ଗ୍ରାମକୁ ରାସ୍ତା ନାହିଁ। ପ୍ରଶାସନ ଏବଂ ସରକାରଙ୍କ ତରଫରୁ ଏନେଇ ତୁରନ୍ତ ପଦେକ୍ଷେପ ନେବାକୁ ଦାବି ହୋଇଛି।

Related posts

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

mahabharatanews

ମହାମାୟୀ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଏବଂ ଦୁଧୁଜୋରୀ ପଂଚାୟତ ଅଫିସରେ ଗଣତନ୍ତ୍ର ଦିବସ

mahabharatanews

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

mahabharatanews