ଓଡିଶା

ପିକ୍ଅପ୍ ଭ୍ୟାନ ଧକ୍କାରେ ବାଇକ୍ ଆରୋହୀ ଗୁୁରୁତର

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଜପଥ ୨୨୦ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ପିକ୍ଅପ୍ ଭ୍ୟାନକୁ ବାଇକ୍ ଧକ୍କା ଦେଇଛି । ଫଳରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ବାଇକ୍ ଆରୋହୀ ଜଣକ ବିଜାତାଳା ବ୍ଲକ ରାଖାସାହିର ପ୍ରୀତିଶ ପରିଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଥାନା ଠାରୁ ମାତ୍ର ଦେଢ କିମି ଦୂରରେ ମହୁଲଡିହା ଛକ ଠାରେ ଅପରାହ୍ନରେ ଏକ ପିକ୍ଅପ୍ ଭ୍ୟାନ ସହ ଗୋଟିଏ ବାଇକ୍ ଧକ୍କା ହୋଇଥିଲା । ଫଳରେ ବାଇକ୍ ଆରୋହୀ ଜଣକ ରାସ୍ତା କଡକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ରାଇରଙ୍ଗପୁର ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ପାଇକ, ଖଣ୍ଡାୟତ, କ୍ଷତ୍ରୀୟ ମହାସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

mahabharatanews

ଜାଣନ୍ତୁ ନୂତନ ବିଜ୍ଞାପିତ ଅଞ୍ଚଳର ନାମ

mahabharatanews

ନାଗରିକ ପୋର୍ଟାଲ ସେବା ଆପ୍ ଭୁବନେଶ୍ୱର.ମି ତୃତୀୟ ସ୍ଥାନରେ

mahabharatanews