(ମହାଭାରତ): ସନ୍ଧ୍ୟାରେ କିଛି ନୂଆ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କାରଣ କର୍ମମୟ ଜୀବନ ଭିତରେ ସନ୍ଧ୍ୟାରେ ଟିକେ ସମୟ ମିଳିଥାଏ କିଛି ନୂଆ ସ୍ୱାଦ ଚାଖିବାକୁ । ଆଜି ଆମେ ଆପଣଙ୍କୁ ଅଣ୍ଡାର ଏକ ଖାସ୍ ଡିସ୍ ଜଣାଇବୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକଦମ୍ ଜବରଦସ୍ତ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ‘ଏଗ୍ ବୋଣ୍ଡା’ ।
ଆବଶ୍ୟକୀୟ ସାମଗ୍ରୀ:
ସିଝା ଅଣ୍ଡା-୩ଟା
ଭେଜିଟେବୁଲ ତେଲ-୧କପ୍
କଞ୍ଚା ଲଙ୍କା -୨ଟା
ବେସନ-୧କପ୍
ଲୁଣ –ସ୍ୱାଦ ଅନୁସାରେ
ଲାଲ ଲଙ୍କା ପାଉଡର -ଅଧା ଚାମଚ
ଚାଉଳ ଗୁଣ୍ଡ- ଅଧା କପ୍
ଗୋଲମରୀଚ- ଅଧା କପ୍
ପ୍ରସ୍ତୁତ ପ୍ରଣାଳୀ:
ଏଗ୍ ବୋଣ୍ଡା ବନାଇବା ପାଇଁ ସର୍ବପ୍ରଥମେ ପ୍ୟାନରେ ପାଣି ଗରମ କରନ୍ତୁ । ଏହାପରେ ଅଣ୍ଡାକୁ ଫୁଟାନ୍ତୁ ।
ଅଣ୍ଡା ସିଝିଗଲା ପରେ ଏହାର ଚୋପା ଛଡାଇ ମଝିରୁ ଦୁଇ ଖଣ୍ଡ କରିଦିଅନ୍ତୁ । ଏହାପରେ ଗୋଲମରିଚ ଗୁଣ୍ଡ, ଲାଲ ଲଙ୍କା ପାଉଡର ଏବଂ ଲୁଣ ପକାନ୍ତୁ ।
ଏକପାତ୍ରରେ ଚାଉଳଗୁଣ୍ଡ, ଅଟା, କଟା କଞ୍ଚା ଲଙ୍କା, ଗୋଲ ମରୀଚ ଏବଂ ଲୁଣ, ଜୁଆଣୀ ପକାଇ ଭଲ ଭାବେ ମିସାଇ ଦିଅନ୍ତୁ । ଏହାପରେ ଏଥିରେ ଅଳ୍ପ ପାଣି ପକାଇ ଏକ ପେଷ୍ଟ ବା ଘୋଳ ପ୍ରସ୍ତୁତ
କରନ୍ତୁ । ଏହାପରେ କାଟି ରଖିଥିବା ଅଣ୍ଡାକୁ ଘୋଳରେ ବୁଡାଇ ତେଲରେ ଛାଣନ୍ତୁ ।
ଏହାଭଲ କାଟି ହୋଇଗଲା ପରେ ବାହାରକୁ କାଢି ଦିଅନ୍ତୁ । ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଏଗ୍ ବୋଣ୍ଡା । ଆପଣ ଏହାକୁ ଟମାଟୋସସ୍ ସହିତ ଖାଇପାରିବେ ।।