ଓଡିଶା

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ କୃଷି ସମ୍ପର୍କିତ ଗବେଷଣା ଓ ସଂପ୍ରସାରଣ ନିମନ୍ତେ ବିଭିନ୍ନ ବିଭାଗର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ.ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦେଶକ କନ୍ଦ ଜେନା, ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସାମଲ, ଉପଖଣ୍ଡ ପଶୁ ସମ୍ପଦ ଅଧିକାରୀ ଆଶିଷ ଶତପଥୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ନମିତା ମହାପାତ୍ର, ତାପସରଞ୍ଜନ ସାହୁ, ପ୍ରଭଞ୍ଜନ ମିଶ୍ର, ପ୍ରଭାତ ସାହୁ, ରାଜେଶ ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାର କୃଷି ସମ୍ପର୍କିତ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକର ମତ୍ସ୍ୟ, କୃଷି, ଉଦ୍ୟାନକୃଷି, ପଶୁସମ୍ପଦ ବିଭାଗର ଅଧିକାରୀ ଓ ଚାଷୀମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related posts

ରଥଯାତ୍ରା ଆଉ ମାତ୍ର ୧୧ଦିନ ,୧୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ

mahabharatanews

ହଟସ୍ପଟ ଅଞ୍ଚଳବାସୀଙ୍କୁ ମାଲକାନଗିରିକୁ ପ୍ରବେଶ ମନା, ବାହାର ରାଜ୍ୟ ଓ ଜିଲ୍ଲାରୁ ଯାତ୍ରୀବାହି ବସର ଅବାଧ ପ୍ରବେଶ

mahabharatanews

ଆଜି ପୀଠେ ଦଶହରା , ମଣ୍ଡପରେ ମହାନବମୀ

mahabharatanews