ଓଡିଶା

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବ ସାଧାରଣରେ ହତ୍ୟା ଧମକ, ଥାନାରେ ଅଭିଯୋଗ

ଡେଲାଙ୍ଗ: ରାଜ୍ୟ ରେ ଦିନକୁ ଦିନ ସାମ୍ବାଦିକଙ୍କୁ ଦିନକୁ ଦିନ ଆକ୍ରମଣ ବଡିବାରେ ଲାଗିଛି । ବଜାର, ଘାଟ, ଘର, ଅଫିସ ଏପରିକି ସର୍ବସାଧାରଣରେ ସାମ୍ବାଦିକମାନଙ୍କୁ ଗାଳି ଗୁଳଜ କରିବା ସହ ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି କିଛି ବ୍ୟକ୍ତିବିଶେଷ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ । ଡେଳାଙ୍ଗରେ ପ୍ରମେୟ ଖବର କାଗଜର ସାମ୍ବାଦିକ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଗତ ୨୪ ତାରିଖ ଦିନ କଅଁଳପଡା ଗ୍ରାମର ପ୍ରଦୀପ କୁମାର ସାହୁ ସମସ୍ତଙ୍କ ଆଗରେ ଗାଳି ଗୁଳଜ କରିବା ସହ ଜୀବନରୁ ମାରି ଦେବାକୁ ହତ୍ୟା ଧମକ ଦେଇଥିଲେ । ଏହାକୁ ନେଇ ସନ୍ତୋଷ କୁମାର ପଟ୍ଟନାୟକ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି । ଏବେ ଦେଖିବାକୁ ରହିଲା ପୁଲିସ ଏହି କ୍ଷେତ୍ରକି କିପରି ପଦକ୍ଷେପ ନେଉଛି ।

Related posts

କୋଭିଡ ହେଲପ୍ ଲାଇନକୁ ଫୋନ କଲେ ମିଳୁନି ଉତ୍ତର

mahabharatanews

ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା !

mahabharatanews

ଆଜି ଶ୍ରମିକ ଦିବସ, ବାରଦୁଣ୍ଡି ସୁଣ୍ଡି ପିଣ୍ଡା ହେଉଛନ୍ତି ଶ୍ରମିକ

mahabharatanews