ଓଡିଶା

ମହାନଦୀରେ ବୁଡି ନାବାଳକ ନିଖୋଜ

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଗଡା ଠାରେ ଏକ ଅଘଟଣ ଘଟିଛି । ଏଠାରେ ନଦୀରେ ଗାଧୋଇବା ବେଳେ ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ନାବାଳକ ଜଣକ ରାହାଡିଙ୍ଗା ଗାଁର ୧୨ ବର୍ଷିୟ ରୁଦ୍ର ନାରାୟଣ ଦାସ ବୋଲି ଜଣାପଡିଛି । ସେ ସପ୍ତମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ କୋଟକଣାସ୍ଥିତ ନିଜ ମାମୁ ଘରେ ରହି ପାଠ ପଢୁଥିଲେ । ସୂଚନା ଅନୁଯାୟୀ, ଗତ ଗୁରୁବାର ନାବାଳକ ଜଣକ ନିଜ ସାଙ୍ଗମାନଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଅସାବଧାନତାବଶତଃ ସେ ପାଣିରେ ବୁଡି ଯାଇଥିଲେ । ଏହାପରେ ତାଙ୍କ ସାଙ୍ଗମାନେ ଭୟରେ ଗାଁକୁ ପଳାଇ ଆସିଥିଲେ । ନାବାଳକ ଜଣକ ଘରକୁ ନଫେରିବାରୁ ତାଙ୍କ ମାମୁ ଘର ଲୋକେ ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ଏନେଇ ସେମାନେ ତିର୍ତ୍ତୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ନିଖୋଜ ନାବାଳକଙ୍କ କୌଣସି ସନ୍ଧାନ ପାଇନଥିଲେ । ସନ୍ଧ୍ୟା ହୋଇଯିବାରୁ ଗୁରୁବାର ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ପରେ ଶୁକ୍ରବାର ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Related posts

କଂଗ୍ରେସର ନିଶା ନିବାରଣ ସଚେତନତା ରଥ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ପହଂଚିଲା

mahabharatanews

କ୍ୟାନସର ରୋଗକୁ କେମିତି ଭଲ କରାଯିବ, ଆସନ୍ତୁ ଜାଣିବା…….

mahabharatanews

ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ନଷ୍ଟ ନହେବା ପାଇଁ ଦାବି ରଖିଛି ବିଶ୍ୱ ହିନ୍ଦୁ ପରିଷଦ

mahabharatanews