ଓଡିଶା

ମା’ କାଳିକା ଭାଗବତ ପ୍ରତିଯୋଗିତା ଉଦଯାପିତ

(ମହାଭାରତ,ବୋଲଗଡ): ବୋଲଗଡ଼ ବ୍ଳକ ଅସରଳା ଜଗନ୍ନାଥ ମନ୍ଦିର ନିକଟରେ ଚାଲିଥିବା ୯ମ ବାର୍ଷିକ ମା’ କାଳିକା ଭାଗବତ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ପ୍ରମୁଖ ଭାଗବତ ମଣ୍ଡଳୀ ମାନେ ଭାଗବତ ପରିବେଷଣ କରିଥିଲେ । ଉଦଯାପନୀ ସନ୍ଧ୍ୟାର ପ୍ରତିଯୋଗିତା ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଧଳାବନ୍ଧ ଭାଗବତ ମଣ୍ଡଳୀ ଏବଂ କଟକ ଜିଲ୍ଲା ବାଙ୍କି ବ୍ଳକ ଖଇରପଙ୍ଗା ଭାଗବତ ମଣ୍ଡଳୀ ମଧ୍ୟରେ ହୋଇଥିଲା । ଏଥିରେ ଗାୟକଙ୍କ ସ୍ୱର, ତାଳ, ଛନ୍ଦ, ଲୟ ସାଥିରେ ବାୟକଙ୍କ ଖଞ୍ଜଣୀ ବାଦନ ପରିବେଶିତ ହୋଇଥିଲା । ଏହାସହ ପାଳିଆ ମାନଙ୍କର ଗିନି ତାଳରେ ପାଳି ଗାନ ପରିବେଷଣ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଘୁନାଥ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଫକୀର ସ୍ୱାଇଁ, ସାନପଦର ପୂର୍ବତନ ସମିତି ସଭ୍ୟ ଅର୍ଜୁନ ପଟ୍ଟନାୟକ, ସମାଜ ସେବୀ ନଟବର ପାଣ୍ଡେ, ସାମ୍ବାଦିକ ସୁରେଶ କୁମାର ସାମନ୍ତରାୟ ପ୍ରମୁ୍ଖ ଯୋଗ ଦେଇଥିଲେ ।

Related posts

୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡା

mahabharatanews

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

mahabharatanews