Uncategorized

ଜୟଶଙ୍କରଙ୍କୁ ଥରୁରଙ୍କ ପତ୍ର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ରବିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କି, ଇର।।ନରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଇରାନରୁ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନିଅ।।ଯାଉ । ଚୀନ ବାହାରେ ଏସିଆର ମଧ୍ୟ ପର୍ବୂ ରାଷ୍ଟ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ।

ମାର୍ଚ୍ଚ ଏକରେ ଚିଠି ସହ ଥରୁର ମତ୍ସ୍ୟଜୀବୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ମାଧ୍ୟମରେ କୟ ଶଙ୍କରଙ୍କ ଦୃଷ୍ଟି ଆକର୍ଷଣ କରିବ।।କୁ ଚେଷ୍ଟା କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି, ସେହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩୦ ଜଣ ହେଉଛନ୍ତି କେରଳର । ସେମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେଠାରେ ମତ୍ସ୍ୟ ବ୍ୟବସାୟରେ ହ୍ରାସ ଘଟିଛି, ତେଣୁ ସେମାନଙ୍କ ସ୍ଥିତି ଗୁରୁତର ହୋଇପଡିଛି, ତେଣୁ ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ଦିଗରେ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଭିଡିଓରୁ ଜଣାପଡୁଛି, ସେଠାର ସ୍ଥିତି ଗୁରୁତର ରହିଥିବାରୁ ସେମାନେ ଚିନ୍ତାରେ ଥିବା ସ୍ପଷ୍ଟ ବାରିହୋଇ ପଡୁଛି ଓ ନିକଟ ଭବିଷ୍ୟତରେ ସେଠାର ସ୍ଥିତିରେ ପରିବର୍ତ୍ତନର ସମ୍ଭାବନା ମଧ୍ୟ ନାହିଁଃ ତେଣୁ ଥରୁର ସରକାରକୁ ଅନୁରୋଧ କରିଛନ୍ତି, ସରକାର ସେହି ପୀଡିତଙ୍କ ସହ ଯୋଗାଯୋଗ କରିବା ସହ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବା ଦିଗରେ ପଦକ୍ଷେପ ନେଉ । ଏଥିସହ ଥରୁର କହିଛନ୍ତି, ସେମାନଙ୍କ ସମ୍ପର୍କରେ ସରକାର ସମୟ ସମୟରେ ସେମାନଙ୍କ ସ୍ଥିତି ବିଷୟରେ ସୂଚନା ପ୍ରଦାନ କରନ୍ତୁ, ଯେପରି ସେମାନଙ୍କ ପରିବାର ଓ ସମ୍ପର୍କୀୟ ନିଶ୍ଚିତ ରହିବେ ।ସୂଚନାଯୋଗ୍ୟ, କୋରୋନାରେ ଇରାନରେ ୫୪ ଜଣ ପ୍ରାଣ ହରାଇଛନ୍ତି ଓ ୯୮୭ ଜଣ ସଂକ୍ରମିତ ଅଛନ୍ତି ।

Related posts

ଚନ୍ଦ୍ରଯାନ-୩ ଟିମ୍ ରେ ରହିବେନି ବନିତା

mahabharatanews

ସମୁଦ୍ର କୂଳରୁ ମିଳିଲା ମୁଦ୍ରାର ଭଣ୍ଡାର

mahabharatanews

କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

mahabharatanews

Leave a Comment