ଓଡିଶା

ଅଗ୍ନିକାଣ୍ଡରେ ୩ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ନିଶ୍ଚିନ୍ତକୋଇଲି: ଆଜି ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମ ପଞ୍ଚାୟତ କୂଳଗାଁଈଶାଳୋ ଗ୍ରାମରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଗୃହ ଭସ୍ମୀଭୂତ ହୋଇଛି । କୂଳଗାଁଈଶାଳୋ ଗ୍ରାମର ଗୋପାଳ ବେହେରାଙ୍କ ଘରେ ଆକସ୍ମିକ ଭାବେ ସୋମବାର ଦିନ ସନ୍ଧ୍ୟାରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ତାଙ୍କର ୩ ବଖରା ଘର ଭସ୍ମୀଭୂତ ହୋଇଯାଇଥିଲା । ଏଥିରେ ତାଙ୍କ ପରିବାରର ଧାନ, ଚାଉଳ, ଆସବାପତ୍ର , ମୂଲ୍ୟବାନ କାଗଜପତ୍ର, ପୋଷାକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ପୋଡିଯାଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନ ଥିଲେ । ଗୋପାଳ ଜଣେ ଦଳିତ ଓ ଗରିବ ଲୋକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସରପଞ୍ଚ ମହେଶ୍ୱର ବାରିକ, ପୂର୍ବତନ ସରପଞ୍ଚ ରାଜୀବଲୋଚନ ବେହେରା, ଯୁବନେତା ଗୋପାଳ ବେହେରା, ଅନନ୍ତ ଦାସ, ଯୁବ ସମାଜସେବୀ ନିତ୍ୟାନନ୍ଦ ସେଠୀ, ରାଜକିଶୋର ସିଂ, ରଘୁନାଥ ସାହୁ ପ୍ରମୁଖ ଦୃଢ ଦାବି କରିଛନ୍ତି ।

Related posts

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା

mahabharatanews

୧୦ ଓ ୧୧ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

mahabharatanews