Uncategorized

ଲିକ୍ ହେଲା ଫିଲ୍ମ ‘ବ୍ରହ୍ମାସ୍ତ୍ର’ଗୀତ ଭିଡିଓ, ଡ୍ୟାନ୍ସ କରୁଥିବା ନଜର ଆସିଲେ ଆଲିଆ-ରଣବୀର

(ମହାଭାରତ): ଫିଲ୍ମ ନିର୍ଦ୍ଦେଶକ ଅୟନ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଆଲିଆ ଭଟ୍ଟ ଓ ରଣବୀର କପୁର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓଟିର ଦୃଶ୍ୟରୁ ଜଣାଯାଉଛି କି ଏହି ଡ୍ୟାନ୍ସଟି ଏକ ହୋଲି ଦିନର ଦୃଶ୍ୟକୁ ଆଧାର କରି ହିଁ ସୁଟିଂ କରାଯାଇଛି । ସାଧାରଣତଃ ଫିଲ୍ମ ନିର୍ମାତା ମାନେ ଫିଲ୍ମ ହଲରେ ରିଲିଜ ନହେବା ପର୍ଯ୍ୟନ୍ତ ଫିଲ୍ମ ସମ୍ବନ୍ଧୀୟ କୌଣସି ତତ୍ୟ ପ୍ରକାଶ କରିନ୍ତି ନାହିଁ । କିନ୍ତୁ ଆଜିର ସୋସିଆଲ ମିଡିଆ ଯୁଗରେ କିନ୍ତୁ କୌଣସି ତତ୍ୟକୁ ଗୁପ୍ତ ଭାବେ ରଖାଯାଇ ପାରୁନାହିଁ ।

ପ୍ରଥମ କଥା ହେଉଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କର ଭାରତରେ ଅନେକ ପ୍ରଶଂସକ ଥିବାବେଳେ ଏହି ଦୁଇ କାରଣରୁ ହିଁ ବ୍ରହ୍ମାସ୍ତ୍ର ହେଉଛି ଏକ ବହୁତ ପ୍ରତୀକ୍ଷିତ ସିନେମା । ବିଶେଷ ଭାବେ ଏହି ଦୁଇ କାରଣରୁ ହିଁ ବ୍ରହ୍ମସ୍ତ୍ର ସିନେମାର ଭିଡିଓ ଖୁବ କମ ସମୟ ଭିତରେ ସୋସିଆଲ ମିଡିଆରେ ଅନେକ ଲୋକପ୍ରିୟତା ହାସଲ କରିପାରିଛି । ଭିଡିଓଟିରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଗୀତ ମଝିରେ ହିଁ ତାଙ୍କ ସହ ଯୋଗ ଦେଇଛନ୍ତି ରଣବୀର କପୁର । ଏକ ସାଂସ୍କୃତିକ ଗୀତରେ ଦୁହେଁ ଡ୍ୟାନ୍ସ କରୁଥିବାରୁ ଜଣାପଡିଛି ।

Related posts

ଶିନାଜିୟାଙ୍ଗରେ ସଂଖ୍ୟାଲଘୁ ମୁସଲମାନଙ୍କ ନରସଂହାର ହେଉଛି: ଆମେରିକା

mahabharatanews

ଅଜଣା ଜ୍ୱର ଆତଙ୍କ: ୩୨ଶିଶୁଙ୍କ ସମେତ ୩୯ ଜଣଙ୍କ ମୃତ୍ୟୁ

mahabharatanews

ଦିଲ୍ଲୀ ହିଂସା: ଦିଲ୍ଲୀବାସୀଙ୍କ ସହଯୋଗ କାମନା କଲା ପୁଲିସ

mahabharatanews