Uncategorized

୪ ଦେଶର ଭିସା ରଦ୍ଦ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସତର୍କତାମୂଳକ ପଦକ୍ଷେପ ନେଇଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ନୋଏଡା ଓ ଆଗ୍ରାରେ କୋରୋନା ଭୂତାଣୁର ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଆହୁରି ଆଲର୍ଟ ହୋଇଯାଇଛି । ଭାରତ ସରକାର କିଛି ଦେଶ ପାଇଁ ୩ ମାର୍ଚ୍ଚ ପୂର୍ବରୁ ଜାରି କରାଯାଇଥିବା ଭିସାକୁ ରଦ୍ଦ କରିଦେଇଛି । ସେହି ସବୁ ଦେଶ ମଧ୍ୟରେ ରହିଛି, ଇଟାଲି, ଇରାନ, ସାଉଥ କୋରିଆ, ଜାପାନ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅପଡେଟ ମୁତାବକ, ଇଟାଲି, ଇରାନ, ସାଉଥ କୋରିଆ, ଜାପାନରୁ ଆସୁଥିବା ଯାତ୍ରୀଙ୍କୁ ଯେଉଁ ଭିସା ବା ଇ-ଭିସା ଜାରି କରାଯାଇଛି, ତାହାକୁ ରଦ୍ଦ କରି ଦିଆଯାଇଛି । ୩ ମାର୍ଚ୍ଚ ପରଠାରୁ ସେହିସବୁ ଦେଶର ନାଗରିକଙ୍କୁ ଭାରତର ଭିସା ମିଳିବ ନାହିଁ । ଏହା ବ୍ୟତୀତ ଭାରତୀୟ ନାଗରିକଙ୍କୁ ସେହିସବୁ ଦେଶକୁ ଯିବାକୁ ମନା କରାଯାଇଛି । ଏହା ବ୍ୟତୀତ ଚୀନ ଲୋକଙ୍କ ପାଇଁ ୫ ଫେବୃଆରୀ ପୂର୍ବର ଭିସା ଉପରେ ଚେତାବନୀ ଜାରି କରାଯାଇଥିଲା, ଯାହା ବର୍ତ୍ତମାନ ମଧ୍ୟ ଜାରି ରହିଛି ।

Related posts

ଚନ୍ଦ୍ରରେ ଗଲ୍ଫ ଖେଳକୁ ପୂରିଲା ୫୦ ବର୍ଷ

mahabharatanews

ପାକ ସେନାର ଯୁଦ୍ଧ ବିରତି ଉଲ୍ଲଙ୍ଘନ: ୩ ସାଧାରଣ ନାଗରିକଙ୍କ ମୃତ୍ୟୁ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫ ହଜାର ୭୬୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews