Uncategorized

ଦିଲ୍ଲୀ ହିଂସାରେ ୧୨୦ ଏଫଆଇଆର ଦାୟର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ରାୟ ଗୃହକୁ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହିଂସାକୁ ନେଇ ଅଦ୍ୟାବଧି ୧୨୦ଟି ଏଫଅ।।ଇଆର ଦାୟର ହୋଇଛି । ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳରେ ଧାରା ୧୪୪ ଲଗାଯାଇଛି । ପୁଲିସ ସେହି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରୁଛି । ଗୁଜବ ପ୍ରଚାରକୁ ରୋକିବା ପାଇଁ ସୋସିଆଲ ମିଡିଆର ପ୍ଲାଟଫର୍ମ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ଦିଲ୍ଲୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଅନେକ ପଦକ୍ଷେପ ନେଇଛି । ହିଂସା ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପୁଲିସ କର୍ମୀ ନିୟୋଜିତ ଅଛନ୍ତି ।

Related posts

ପାର୍ବତ୍ୟାଞ୍ଚଳ ପାଇଁ ଟାଙ୍କ କିଣିବ ଭାରତ

mahabharatanews

ନଭୀ ମୁମ୍ବାଇର ଆପାର୍ଟମେଣ୍ଟରେ ନିଆଁ

mahabharatanews

କ’ଣ ଆପଣଙ୍କ ହାତରେ ରହିଛି କି ଏହି ରେଖା? ତେବେ କରିପାରନ୍ତି ପ୍ରେମ ବିବାହ

mahabharatanews