ଓଡିଶା

ଚିନିକଳ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ନୟାଗଡ ବନ୍ଦ ପାଳନ

(ମହାଭାରତ, ନୟାଗଡ): ଶୁକ୍ରବାର ନୟାଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ନୟାଗଡ ଚିନିକଳ କ୍ରିୟାନୁଷ୍ଠାନ କମିଟି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି । ଚିନିକଳ ଶ୍ରମିକ, କର୍ମଚାରୀ ଏବଂ ଚାଷୀଙ୍କ ବକେୟା ରାଶି ଫେରାଇବା ଏବଂ ଚିିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା କୃଷକ, ଶ୍ରମିକ ଆଦି ଅନେକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ କରିଛନ୍ତି । ଏହି ବନ୍ଦ ପ୍ରଭାବରେ ଜିଲ୍ଲାରେ ଯାନବାହନ ଚଳାଚଳ, ଦୋକାନ, ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିଲା । ତେବେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏଠାରେ ରେଳରୋକ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । କମିଟି କର୍ମକର୍ତ୍ତା ବିଶ୍ୱନାଥ ମହାପାତ୍ର, ମନୋଜ ସାହୁ, ସନ୍ତୋଷ ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଶିବରାମ ମହାପାତ୍ର ପ୍ରମୁଖ ଏହି ବନ୍ଦ ପାଳନରେ ନେତୃତ୍ୱ ନେଇଥିଲେ । ନୟାଗଡରେ ୧୨ ଘଣ୍ଟିଆ ବନ୍ଦକୁ ବ୍ୟବସାୟୀ ସଂଘ, ଯାନବାହନ ସଂଘ ଓ ସାଧାରଣ ଲୋକ ସମର୍ଥନ ଦେଇଥିଲେ । ବନ୍ଦ ବେଳେ କୌଣସି ଜରୁରୀ ସେବାକୁ ବାଧା ଦିଆଯାଇନଥିଲା । ସୂଚନାଯୋଗ୍ୟ, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନିକଳ କ୍ରିୟାନୁଷ୍ଠାନ କମିଟି ଜରିଆରେ ଚାଷୀଙ୍କ ବ୍ୟାପକ ଆନ୍ଦୋଳନ ହୋଇଥିଲା । ଚିନିକଳ ପୁନଃ କାର୍ଯ୍ୟକ୍ଷମ କରାଇବା ନେଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଠାରେ କମିଟି ଦାବି ଜଣାଇଥିବା ସତ୍ତେ୍ୱ କୌଣସି ପ୍ରଭାବ ପଡିନାହିଁ । ଫଳରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା ।

Related posts

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews

ଆସନ୍ତାକାଲି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews

ନୂଆ ଦାୟିତ୍ଵ ଗ୍ରହଣ ପରେ ପୁରୀରେ ଶ୍ରୀ ପାଣ୍ଡିଆନ୍ 

mahabharatanews