ଓଡିଶା

ନୂଆ ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଗୁରୁବାର ସକାଳେ ସାମୁହିକ ମାଲ୍ୟାର୍ପଣ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସୂର୍ଗତ ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ଅବସରରେ ଦୟାନିଧି ମର୍ଦ୍ଦରାଜଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଅଶୋକ କୁମାର ଲେଙ୍କା, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମହେନ୍ଦ୍ର ମିଶ୍ର, ସେକ ନିୟାଜ, ବିକ୍ରମ ବାରିକ, ଯୁବନେତା ସରୋଜକାନ୍ତ ସାହୁ, ଗୈାତ୍ତମ ସ୍ୱାଇଁ, ସେକ ଲିୟାକତ ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related posts

ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍

mahabharatanews

ମହରମରେ ହେବ ନାହିଁ ଶୋଭାଯାତ୍ରା, ସମ୍ୱଲପୁରରେ ଲାଗିଲା କଟକଣା

mahabharatanews

ଫରେନସିକ ଲ୍ୟାବର ନୂତନ ଗୃହ ଉଦ୍ଘାଟନ

mahabharatanews