ପ୍ରେମ, ପ୍ରତିଶୋଧ, ବୀଭତ୍ସ ହତ୍ୟା। ଛାତ୍ରୀଙ୍କ ପ୍ରେମରେ ଉବୁଟୁବୁ ଥିଲେ ସାର୍। ଅନ୍ୟ ଯୁବକଙ୍କ କଥା ହେବାରୁ ଛାତ୍ରୀଙ୍କୁ କୀଟ ନାଶକ ପିଆଇଦେଲେ। ଘଟଣା ଘଟିଛି ତେଲେଙ୍ଗାନାରେ। ମୃତ ଛାତ୍ରୀ ଜଣଙ୍କ ହେଲେ ତନ୍ଦ୍ରା ଅକ୍ଷିତାରାଣୀ। ସେ ମାଇନିଂ ଇଞ୍ଜିନିୟରିଂ ଛାତ୍ରୀ ଥିଲେ। ଛାତ୍ରୀ ଜଣଙ୍କ ଡିପ୍ଲୋମା ପଢ଼ିବା ସମୟରେ ତାଙ୍କର ପରିଚୟ ହେଲା ୩୮ ବର୍ଷୀୟ ଲେକ୍ଚରର୍ ନବୀନ୍ କୁମାରଙ୍କ ସହ ହୋଇଥିଲା। କିଛି ଦିନର କଥା ବାର୍ତ୍ତା ପରେ ଦୁହିଁଙ୍କ ଭିତରେ ଗଢି ଉଠିଲା ପ୍ରେମସଂପର୍କ । କିଛି ଦିନ ତଳେ ତନ୍ଦ୍ରା ଉଚ୍ଚଶିକ୍ଷା ପାଇଁ ହାଇଦ୍ରାବାଦ ଯାଇଥିଲେ । ସିଙ୍ଗାରେଣୀ ଖାଦାନରେ ଇଣ୍ଟନସିପ୍ କରୁଥିବା ବେଳେ ସେଠି ରବି କୁମାର ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖାହେଲା ।

ତନ୍ଦ୍ରା ରବିଙ୍କ ନିକଟତର ହେବାକୁ ସହି ପାରିନଥିଲେ ନବୀନ । ସେପ୍ଟେମ୍ବର ୧୨ ତାରିଖରେ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ନବୀନ । ବଳପୂର୍ବକ ସେ ତାଙ୍କୁ ସୁଇସାଇଡ ନୋଟ୍ ଲେଖିବାକୁ କହିଥିଲେ, ଯେଉଁଥିରେ ସେ ରବି ନାଁରେ ମିଛ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହାପରେ ଛାତ୍ରୀଙ୍କୁ ଜୋରଜବରଦସ୍ତ କୀଟନାଶକ ପିଆଇ ହତ୍ୟା କରିଥିଲେ।ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ଭାବିଥିଲା । କିନ୍ତୁ ସିସିଟିଭି ଫୁଟେଜ୍, କଲ୍ ରେକର୍ଡିଂ ଯାଞ୍ଚ ପରେୟ ନବୀନର ସବୁ ଚାଲାକି ଧରା ପଡ଼ି ଯାଇଥିଲା । ପୋଲିସ ବର୍ତ୍ତମାନ ଉଭୟ ନବୀନ ଏବଂ ରବି କୁମାରଙ୍କୁ ଗିରଫ କରି ଘଟଣାର ଛାନଭିନ୍ କରୁଛି ।
