ଓଡିଶା

କୃଷକଙ୍କ ଆୟବୃଦ୍ଧି ନିମନ୍ତେ ନାବାର୍ଡ଼ର ଗୋପାଳନ ସମ୍ବନ୍ଧୀୟ ତାଲିମ

ନିଶ୍ଚିନ୍ତକୋଇଲି: କୃଷକଙ୍କ ଆୟବୃଦ୍ଧି ନିମନ୍ତେ ଗୋପାଳନ ସମ୍ବନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ଼ ସହାୟତାରେ ଓ ନିଗମ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ମୁଖ୍ୟବକ୍ତା ଭାବେ ନାବାର୍ଡ଼ କଟକ ଜିଲ୍ଲା ଡ଼ିଡ଼ିଏମ୍ ସିଦ୍ଧାର୍ଥ ଶଙ୍କର ପଣ୍ଡା , ସମ୍ମାନୀତ ଅତିଥି ଭାବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିଶ୍ଚିନ୍ତକୋଇଲି ଶାଖା ପରିଚାଳକ ଅସୀତ କୁମାର ନାୟକ, ବାଲିଆପଦା ସରପଞ୍ଚ କୈଳାସ ସାମନ୍ତରାୟ ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ନାବାର୍ଡ଼ ଦ୍ୱାରା ଗୋପାଳନ ନିମନ୍ତେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଓ ସରକାରୀ ଯୋଜନା ସମ୍ପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ । ଗୋପାଳନ ଦ୍ୱାରା ଚାଷୀମାନେ ଯଥେଷ୍ଟ ଆୟ କରିବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ନିଗମ ସମ୍ପାଦକ ସୁରେଶ କୁମାର ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୨୦ଜଣ ମହିଳା ଯୋଗଦାନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପୂର୍ବତନ କୃଷି ଜିଲ୍ଲା ଅଧିକାରୀ ସୁରେଶ କୁମାର ଜେନା, ନିଗମ ତରଫରୁ ତନ୍ମୟ କୁମାର ମହାକୁଡ଼ ,ପ୍ରଭାକର ବେହେରା, ସୁଧାଂଶୁ ଶେଖର ନାୟକ, ବିଚିତ୍ରାନନ୍ଦ ସ୍ୱାଇଁ, ଅନନ୍ତଗୋପାଳ ପ୍ରତିହାରୀ, ଲକ୍ଷ୍ମଣ ସାମନ୍ତରାୟ ,ମମତା କର, ଅନିଲ ଘଡ଼େଇ ପ୍ରମୁଖ ଯୋଗଦାନ କରିଥିଲେ ।

Related posts

ବାୟୁ ପ୍ରଦୁଷଣ: ଦେଶରେ ୧୦ରୁ ୭ ଜଣ ଆକ୍ରାନ୍ତ ହେଉଛନ୍ତି

mahabharatanews

ବିଚ ରାସ୍ତାରେ ଚଳନ୍ତା କାରରେ ନିଆଁ

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews