ଓଡିଶା

ଷ୍ଟାଣ୍ଡିଂ ଶିକ୍ଷା କମିଟିର ମଧ୍ୟାହ୍ନ ଭୋଜନ ତଦାରଖ

ସତ୍ୟବାଦୀ: ପୁରୀ ଜିଲ୍ଲା ପରିଷଦର ଷ୍ଟାଣ୍ଡିଂ ଶିକ୍ଷା କମିଟି ସତ୍ୟବାଦୀ ବ୍ଳକର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିବା ସହ ମଧ୍ୟାହ୍ନ ଭୋଜନ ତଦାରଖ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି କମିଟି ଶିକ୍ଷାର ମାନ ଗୁଣ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି । କମିଟି ବୀରଗୋବିନ୍ଦପୁର ନୋଡାଲ ୟୁ.ଜି ଉ.ପ୍ରା ସ୍ଲୁଲ, ମୂଳ ଅଳସାର ୟୁଜି, ମହାକାଳପଡା ପ୍ରାଥମିକ ବିଦ୍ୟାଳୟ, ବରାଳ ୟୁଜି ଉ. ପ୍ରା ବିଦ୍ୟାଳୟ, ବଳପୁର ନୋଡାଲ ବିଦ୍ୟାଳୟ, ବିଦ୍ୟାଧରପୁର ୟୁ,ଜି, ଉ.ପ୍ରା ବିଦ୍ୟାଳୟ, ଗୋପବନ୍ଧୁ ଜନ୍ମପୀଠ ନୋଡାଲ ବିଦ୍ୟାଳୟ ଗୁଆଳିଗୋରଡା ବିଦ୍ୟାଳୟ ପରିଦର୍ଶନ କରିଥିଲେ । କମିଟି ଦେଖିବାକୁ ପାଇଥିଲା ବହୁ ବିଦ୍ୟାଳୟ ପରିବେଶ ଅପରିଷ୍କାର ହୋଇ ପଡିରହିଛି । ସେହିପରି ଶିକ୍ଷା କ୍ଷେତ୍ରରେ ଅଧିକାଂଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଦୁର୍ବଳ ଥିବା କମିଟିର ନଜରକୁ ଆସିଛି । ବିଦ୍ୟାଳୟର ରେକର୍ଡ ପତ୍ର ସଠିକ ନଥିବାର ଦେଖାଯାଇଥିଲା ବୋଲି ଏହି ଷ୍ଟାଣ୍ଡିଂ କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଧୃବ ଚରଣ ଦାଶଙ୍କ ଠାରୁ ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ସଭ୍ୟା ପୁଷ୍ପଲତା ମଲିକ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ଷ୍ଟାଣ୍ଡିଂ କମିଟିର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଓଝା, ମିନତୀ ସେଠୀ, ସୁମନ୍ତ ଦାସ ଉପସ୍ଥିତ ରହିଥିଲେ । ସିଆରସିସି ସୁନୀଲ କୁମାର ବେହେରା ସମସ୍ତ ସହଯୋଗ କରିଥିଲେ ।

Related posts

ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ

mahabharatanews

ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

mahabharatanews

ଟିଜିଟି ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ

mahabharatanews