Uncategorized

ପୂର୍ବ ପରି ନମସ୍କାରକୁ ଆପଣେଇବା ଦରକାର: ମୋଦି

ନୂଆଦିଲ୍ଲୀ: ଦ୍ୱିତୀୟ ଜନଔଷଧି ସପ୍ତାହର ଶେଷ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଜନଔଷଧି ଦିବସ ଏକ ଯୋଜନା ପାଳନ କରିବାର ଦିନ ନୁହେଁ । ବରଂ କୋଟି କୋଟି ଭାରତୀୟ, ଲକ୍ଷଲକ୍ଷ ପରିବାର ସହ ସମ୍ପର୍କ ସ୍ଥାପନର ଦିନ । ପ୍ରତ୍ୟେକ ଭାରତୀୟଙ୍କ ସ୍ୱାସ୍ଥ୍ୟ ପାଇଁ ଆମେ ଚାରି ସୂତ୍ରୀ କାର୍ଯ୍ୟକରୁଛୁ । ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଏହାର ଏକ ପ୍ରମୁଖ ଦିଗ ।ଏହା ଦେଶର ପ୍ରତ୍ୟେକ ଲୋକ ପର୍ଯ୍ୟନ୍ତ ଶସ୍ତା ଓ ଉତ୍ତମ ଚିକିତ୍ସା ପହଞ୍ଚାଇବାର ସଂକଳ୍ପ ଅଟେ । ଏହି ଯୋଜନାରେ ପୂର୍ବାପେକ୍ଷା ଚିକିତ୍ସା ଖର୍ଚ୍ଚ କମ ହୋଇଛି । ବତ୍ତର୍ମାନ ସାରା ଭାରତର କୋଟିକୋଟି ଗରିବ, ମଧ୍ୟମ ବର୍ଗର ଲୋକ ୨୦୦୦ -୨୫୦୦ କୋଟି ଟଙ୍କା ଖର୍ଚ୍ଚରୁ ରକ୍ଷା ପାଇଛନ୍ତି । ଯେମିତି ଯେମିତି ଏହି ଯୋଜନା ବୃଦ୍ଧି ପାଉଛି, ଲୋକେ ଏହାର ସୁଫଳ ସେତିକି ଅଧିକ ଉଠାଉଛନ୍ତି । ଏହା ମଧ୍ୟରେ ଦେଶରେର ୬ ହଜାର ଜନଔଷଧି କେନ୍ଦ୍ର ସ୍ଥାପନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ସେ କୋରୋନାକୁ ନେଇ କହିଛନ୍ତି, ଗୌହାଟୀର ଅଶୋକ କୁମାର ବେଟାଲାଙ୍କୁ କୋରୋନା ହେବା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ପରିବାରରେ ଯେଉଁ ବାକି ଲୋକ ଅଛନ୍ତି, ସେମାନଙ୍କୁ ସଂକ୍ରମଣ ହେବାର ଅଧିକ ଆଶଂଙ୍କା ରହିଛି । ତେଣୁ ସେମାନଙ୍କ ପରୀକ୍ଷା କରାଇବା ଆବଶ୍ୟକ । ସେମାନଙ୍କୁ ମାସ୍କ ମଧ୍ୟ ଲଗାଇବା ଜରୁରୀ । ତେବେ ଗୁଜବ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ଯାହା ବି କରୁଛନ୍ତି, ଡାକ୍ତରଙ୍କ ପରାମର୍ଶରେ କରନ୍ତୁ ବୋଲି ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି, ଆମେ ଆମ ପୁରୁଣା ପରମ୍ପରାକୁ ଆପଣେଇବା ଦରକାର । ଲୋକଙ୍କ ସହ ହାତ ମିଳାଇବା ପରିବର୍ତ୍ତେ ପୁଣି ନମସ୍କାର କରିବାର ଅଭ୍ୟାସ କରିବା ଦରକାର ।

Related posts

ତୃତୀୟ ବିଶ୍ୱ ଯୁଦ୍ଧ: ଋଷ ପ୍ରସ୍ତୁତ କରୁଛି ସର୍ବବୃହତ୍ତ ବୋମା

mahabharatanews

ବାଲକୋନୀ ପାଇଁ ୫ଟି ବାସ୍ତୁ ଟିପ୍ସ

mahabharatanews

ସ୍ମୃତି ଶକ୍ତି ବୃଦ୍ଧି କରେ ମାଛ

mahabharatanews