Uncategorized

କୋରୋନା: ଇରାନ ସାଂସଦଙ୍କ ମୃତ୍ୟୁ

ତହରାନ: ଇରାନରେ ଭୟାବହ କୋରୋନା ସଂକ୍ରମଣରେ ଶନିବାର ଦିନ ଇରାନର ସାଂସଦ ଫତେମହ ରହବର (୫୫)ଙ୍କ ମୃତ୍ୟୁ ହୋଇଯାଇଛି । ଇରାନର ସରକାରୀ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ସୂଚନା ମିଳିଛି । ସୂଚନା ଅନୁଯାୟୀ, ତେହରାନ ନିର୍ବାଚନ ମଣ୍ଡଳୀରୁ ନିକଟରେ ସାଂସଦଭାବେ ନିର୍ବାଚି ହୋଇଥିବା ରହବର ଦ୍ୱିତୀୟ ସାଂସଦ, ଯାହାଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଏହି ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ଇରାନର ୭ ଜଣ ନେତା ଓ ଅଧିକାରୀଙ୍କ ମୃତ୍ୟୁ ହେଲାଣି । ଇରାନରେ ଦ୍ରୁତଭାବେ ବୃଦ୍ଧିପାଉଥିବା ସଂକ୍ରମଣରେ ଦେଶର ୪,୭୪୭ ଜଣ ସଂକ୍ରମିତ ହୋଇଛନ୍ତି ଓ ୧୨୪ ଜଣଙ୍କ ପ୍ରାଣହାନୀ ଘଟିଛି ।
ଅପରପକ୍ଷରେ ତେହରାନରୁ ଏକ ବିମାନରେ ୩୦୦ ଭାରତୀୟଙ୍କ ସ୍ୱାବର ନମୁନା ଆଣି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଛି । ଏମାନଙ୍କୁ କୋରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଇରାନର ଏହି ବିମାନ ତେହରାନ ଅଭିମୁଖେ ଆଜି ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ କିଛି ଇରାନୀ ନାଗରିକଙ୍କୁ ମଧ୍ୟ ସ୍ୱଦେଶ ନେଇ ଫେରିଛି ।

Related posts

ସ୍ବାଧୀନତା ଦିବସରେ ଖାଲିସ୍ତାନୀ ସମର୍ଥକ ଲାଲକିଲ୍ଲାରେ ପ୍ରବେଶ କରିପାରନ୍ତି

mahabharatanews

ଏଲଓସିରେ ପାକ ନିର୍ମିତ ସୁଡଙ୍ଗ ଠାବ କରିଛି ବିଏସଏଫ

mahabharatanews

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

mahabharatanews