Uncategorized

କୋରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାଂଲାଦେଶ ଗସ୍ତ ବାତିଲ

(ନୂଆଦିଲ୍ଲୀ): ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଏହି ମାରାତ୍ମକ ଭାଇରସ ପାଇଁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟକ୍ରମ ମାନ ବାତିଲ ହେଉଛି । ଏହି କ୍ରମରେ ବାଂଲାଦେଶର ପିତା ଭାବେ ଜଣାଶୁଣା ଶେଖ ମୁଜିବ ଉର ରେହମାନଙ୍କ ଜୟନ୍ତୀର ଶତବାର୍ଷିକୀ ଉତ୍ସବକୁ ବାତିଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୧୭ରେ ବାଂଲାଦେଶ ଗସ୍ତରେ ଯାଇଥାନ୍ତେ । କିନ୍ତୁ ବାଂଲାଦେଶ ସରକାର କାର୍ଯ୍ୟକ୍ରମକୁ ବାତିଲ କରିବା ନିଷ୍ପତ୍ତି ନେଇଥିବା ଜାଣିବା ପରେ ମୋଦି ମଧ୍ୟ ନିଜ ଗସ୍ତକୁ ବାତିଲ କରିଛନ୍ତି । ଚଳିତ ମାସରେ ପ୍ରଧାନମନ୍ତ୍ରୀ ମୋଦି ୟୁରୋପୀୟ ୟୁନିଅନର ସମ୍ମିଳନୀରେ ଯୋଗ ଦେବା ପାଇଁ ବସେଲ୍ସ ଯାଇଥାନ୍ତେ । କିନ୍ତୁ ସେଠାରେ କୋରୋନା ଭାଇରସ ବ୍ୟାପୁଥିବା ଦେଖି ତାଙ୍କ ଗସ୍ତକୁ ବାତିଲ କରାଯାଇଛି । ସେହିପରି ହୋଲି ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ।

Related posts

ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବଙ୍କୁ ଆକ୍ରମଣ

mahabharatanews

ଆପ୍ ରେ ଯୋଗ ଦେବେ ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

mahabharatanews

ଟଙ୍କା ନାଇଁ ବୋଲି , ଫ୍ରିଜିରେ ରଖିଲେ ଶବ

mahabharatanews