Uncategorized

ଏମିତି କିଛି ଗାଁ, ଯେଉଁଠି ହୋଲି ଖେଳିବା ମନା

ଶିଳାସ୍ମିତା ରାୟ/ ମହାଭାରତ: ରଙ୍ଗର ପର୍ବ ହୋଲି । ଏହି ଦିନରେ ସାମ୍ପ୍ରଦାୟିକତାକୁ ଦୂରକୁ ଫିଙ୍ଗି ଭାରତୀୟମାନେ ହୋଲିକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । କିନ୍ତୁ ଦେଶରେ ଏମିତି କିଛି ଗାଁ ଅଛି ଯେଉଁଠି ହୋଲି ପାଳନ କରାଯାଏ ନାହିଁ । ତେବେ କାହିଁକି ଏହି ପର୍ବ ପାଳନ କରାଯାଏ ନାହିଁ ତାହା ଆସନ୍ତୁ ଜାଣିବା….
ଛତିଶଗଡର କୋରବା ଜିଲ୍ଲାର ଖରହରି ଗାଁ । ଏହି ଗ୍ରାମରେ ଦୀର୍ଘ ୨୦୦ ବର୍ଷ ହେବ ହେଲି ଖେଳାଯାଏ ନାହିଁ । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୨୦୦ ବର୍ଷ ତଳେ ଗ୍ରାମବାସୀ ହୋଲି ଖେଳରେ ମଗ୍ନ ଥିବା ସମୟରେ ହଠାତ୍ ଗାଁରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ଗ୍ରାମ ଜଳି ପାଉଁଶ ହୋଇଯାଇଥିଲା । ଗ୍ରାମର ଜଣେ ବରିଷ୍ଠ ଲୋକଙ୍କୁ ଦେବୀ ସ୍ୱପ୍ନାଦେଶ ଦେଇଥିଲେ କି ଆଗକୁ ହୋଲି ଖେଳିଲେ ସେମାନଙ୍କ ସର୍ବନାଶ ହେବ । ଏହା ପରେ ଲୋକେ ସେହି ଦିନରୁ ହୋଲି ପାଳନ କରନ୍ତି ନାହିଁ । କେହି ହୋଳି ପାଇଁ ଶୁଭେଚ୍ଛା ଦିଅନ୍ତି ନାହିଁ । ସେହିପରି ମଧ୍ୟ ପ୍ରଦେଶର ବେଅତୁଲ ଜିଲ୍ଲ।। ଅନ୍ତର୍ଗତ ମୁଲତାଇ ତହସିଲର ଡଡୁଅ।। ଗଁରେ ଗତ ୧୨୫ ବର୍ଷ ହେଲା ହୋଲି ଖେଳାଯାଏନାହିଁ । ଏହି ଦିନରେ ଗାଁର ପ୍ରଧାନ କୂଅରେ ପଡି ମୃତ୍ୟୁବରଣ କରିଥିଲେ । ସେହି ଦିନରୁ ଗ୍ରାମବାସୀ ହୋଲି ଖେଳିବା ବନ୍ଦ କରି ଦେଇଛନ୍ତି । ଅନ୍ୟ ଏକ ଗାଁ ଯେଉଁଠି ୧୦୦ ବର୍ଷ ହେଲା ହୋଲି ପାଳନ ମନା, ଝାରଖଣ୍ଡର ବୋକାରୋ ଜିଲ୍ଲାର କସମା ବ୍ଲକର ଦୁର୍ଗାପୁର ଗ୍ରାମ । ଗ୍ରାମବାସୀଙ୍କ ବିଶ୍ୱାସ ହେଲି ଖେଳିଲେ ଗ୍ରାମରେ ମହାମାରୀ ବ୍ୟାପିବ । ହୋଲି ଦିନ ଏଠାର ରାଜକୁମ।।ରଙ୍କ ମହାମାରିରେ ମୃତ୍ୟୁ ହୋଇଥିଲା । ଏହା ପରେ ଲୋକଙ୍କ ମଧ୍ୟରେ ହୋଲିକୁ ନେଇ ଭୟ ରହିଯାଇଛି । ଅନ୍ୟ ଏକ ଗ୍ରାମ ରହିଛି ହରିୟାଣ।।ର କୈଥଲର ଗୁହଲ୍ଲା ଜିଲ୍ଲ।।ରେ । ପ୍ରାୟ ଦେଢଶହ ବର୍ଷ ତଳେ ସେଠାରେ ଜଣେ ସାଧୁ ରହୁଥିଲେ । ଲୋକେ ଦାଙ୍କ ଦିବ୍ୟାଙ୍ଗତା କାରଣରୁ ତ।।ଙ୍କୁ ଥଟା ମଜା କରୁଥିଲେ । ଏକଦା ହୋଲି ସମୟରେ ସେ ତପସ୍ୟାରେ ମଗ୍ନ ଥିବା ବେଳେ ଲୋକେ ତାଙ୍କଠାରେ ରଙ୍ଗ ବୋଳିଥିଲେ । ଫଳରେ ତାଙ୍କ ତପସ୍ୟା ଭଙ୍ଗ ହୋଇଥିଲା । ସେ କ୍ରୋଧାନ୍ୱିତ ହୋଇ ଅଗ୍ନିରେ ଆତ୍ମ।।ହୁତୀ ଦେଇଥିଲେ । କିନ୍ତୁ ସେ ଅଭିଶାପ ଦେଇଥିଲେ ଏହି ଗ୍ର।।ମର ଲୋକେ ହୋଲି ଖେଳିଲେ ତାର ବଂଶନାଶ ହେବ । ଏହିପରି କିଛି ବିଶ୍ୱ।।ସକୁ ନେଇ ଲୋକେ ଭୟରେ ହୋଲି ପାଳନ କରି ନ ଥାନ୍ତି ।

Related posts

ଇଟାଲୀରେ କୋରୋନା ମୃତକଙ୍କ ସଂଖ୍ୟା ୬୦୦ ଟପିଲା

mahabharatanews

ଶାନ୍ତି ରକ୍ଷା ପାଇଁ ସୋନୋୱାଲଙ୍କ ଅପିଲ୍

mahabharatanews

ଗିରଫ ପରେ ଜାମିନରେ ବାହାରିଲେ ବାରିପଦା ବିଧାୟକ

mahabharatanews