ଓଡିଶା

ଦେଶଫାଲ ଲୋକକଳା ମହୋତ୍ସବ ଉଦଘାଟିତ

(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳା ଠାରେ ନାଚ ଗୀତର ମହାପାର୍ବଣ ଚଳିତ ବର୍ଷର ‘ଦେଶଫାଲ ଲୋକକଳା ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମ୍ନାଭ ବେହେରା ଲୋକାର୍ପିତ କରିଥିଲେ । ସୁବର୍ଣ୍ଣପୁରର ଲୋକକଳା ଓ ସଂସ୍କୃତିକୁ ଏହି ମହୋତ୍ସବ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ସେ କହିଥିଲେ । ଏହି ଅବସରରେ ଗ୍ରାମୀଣ କଳାକାରଙ୍କ ଦ୍ୱାରା ଦଣ୍ଡ ସୁଆଙ୍ଗର ପତର ସଉରା ପରିବେଶଣ ହୋଇଥିଲା । ଶିଶୁ କଳାକାରମାନେ ଆଦିବାସୀ ନୃତ୍ୟ ସହ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଡାଲଖାଇ, ରସରକେଲି, ମାଇଲାଜଡ ଆଦି ନୃତ୍ୟ ପରିବେଶଣ କରିଥିଲେ । ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି ଲୋକ ମହୋତ୍ସବର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବିପୁଳ ଜନ ସମାଗମ ହୋଇଥିଲା ।

Related posts

ଭୁବନେଶ୍ୱର ଏମ୍ସର ଛାତ୍ରୀ ସର୍ବଭାରତୀୟ ମେଡିକାଲ ସ୍ନାତକୋତ୍ତର ଏଣ୍ଟ୍ରାନ୍ସରେ  ଟପର 

mahabharatanews

ସାମ୍ଭାବ୍ୟ ବାତ୍ୟା; ମତ୍ସଜୀବୀଙ୍କୁ ସମୁଦ୍ର ମନା 

mahabharatanews

ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି

mahabharatanews