ଅପରାଧ

ପୁଣି ମ୍ୟାଜିକ ପେନରେ ଠକେଇ

ଭୁବନେଶ୍ୱର: ରାଜଧାନୀରେ ମ୍ୟାଜିକ ପେନ ଠକେଇ ମାମାଲା ଦିନକୁ ଦିନ ବଢିବାରେ ଲାଗିଛି । ଏକ ସପ୍ତାହରେ ୩ଟି ଠକେଇ ମାମଲା ସ।।ମ୍ନାକୁ ଆସିଛି । କ୍ୟ।।ନସେଲ ଚେକ ଜରିଆରେ ଲୋନ କରାଇଦେବାକୁ କହି ଷ୍ଟାର ବିଟ ସଲ୍ୟୁସନ ନାମକ ସଂସ୍ଥାରୁ ୭୨ ହଜାର ଟଙ୍କା ଲୁଟ ହେବାନେଇ ତମାଣ୍ଡୋ ଥାନାରେ ଏକ ଏତଲା ଦିଆଯାଇଛି । ଏହି ଠକ ନିଜକୁ ବ୍ୟାଙ୍କର କର୍ମଚାରୀ ପରିଚୟ ଦେଇ ଲୋକଙ୍କୁ ଋଣ କରାଇଦେବାକୁ କହିଥ।।ନ୍ତି । ଯେଉଁମାନେ ଋଣ ନେବାକୁ ଆଗ୍ରହ ପ୍ରକାଶ କରନ୍ତି, ଏହି ଠକ ଡକୁମେଣ୍ଟ ଯାଞ୍ଚ ନାମରେ କ୍ୟାନସେଲ ଚେକ ସାଇନ କରାଇନେଇଥାଏ । କିନ୍ତୁ ସେ ସାଇନ କରାଇଥିବା କଲମରେ ଏପରି କାଳିର ବ୍ୟବହାର କରାଯାଏ, ଯାହା ସହଜରେ ଲିଭି ଯାଇଥାଏ । ଏହାପରେ ଠକ ସେହି ଚେକରେ ମନ ଇଛା ଟଙ୍କା ଲେଖି ବ୍ୟାଙ୍କରୁ ଟଙ୍କା ଉଠ।।ଇ ନେଉଛି । ଗତ ଦୁଇ ଦିନରେ ଅନ୍ୟ ଦୁଇ ଜଣ ମଧ୍ୟ ସମାନ ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି । ଏହି କାର୍ଯ୍ୟରେ ଏକ ଗ୍ୟାଙ୍ଗ ସକ୍ରିୟ ଥିବା ପୁଲିସ ସନ୍ଦେହ କରୁଛି ଓ ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହାର ତଦନ୍ତ କରୁଛି । ଏହି ଲୁଟେରା ଗ୍ୟାଙ୍ଗକୁ ଖୁବ ଶୀଘ୍ର ଧରାଯିବ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

Related posts

ଜ୍ୟାକଲିନଙ୍କୁ କାହିଁକି ଗିରଫ କଲନି : ଇଡିକୁ ଅଦାଲତର ପ୍ରଶ୍ନ

mahabharatanews

ସାରାଙ୍କ ଯୋଗୁଁ ସୁଶାନ୍ତ ଅଧିକରୁ ଅଧିକ ଡ୍ରଗ୍ସ ନେଉଥିଲେ: ରିୟା ଚକ୍ରବର୍ତ୍ତୀ

mahabharatanews

ଭାରତ ଉପରେ ଚୀନର ଦୁଇ ହ୍ୟାକିଂ ସଂସ୍ଥାର ସାଇବର ଆକ୍ରମଣ

mahabharatanews