ଓଡିଶା

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର

(ମହାଭାରତ, ବୋରିଗୁମ୍ମା): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି କଲୋନୀ ନିକଟରେ ଥିବା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଥିରେ ୨ ବାଇକ୍ ଆରୋହୀ ଗୁରତର ହୋଇଛନ୍ତି । ତେବେ ଧକ୍କା ଦୁଇଟି ପରସ୍ପରକୁ ଧକ୍କା ଦେବା ପରେ ଜଳି ଯାଇଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ବୋରିଗୁମ୍ମା ଅଭିମୁଖେ ଦ୍ରୁତ ଗତିରେ ଏକ ଟ୍ରକ ଯାଉଥିଲା । ଏହି ସମୟରେ ଶଶାହାଣ୍ଡି କଲୋନୀ ନିକଟରେ ଜାତୀୟ ରାଜପଥରେ ଅପର ପାଶ୍ୱର୍ରୁ ଆସୁଥିବା ଏକ ବାଇକ୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ୍ଟି ଟ୍ରକ୍ ସହ ଏଭଳି ଧକ୍କା ହୋଇଥିଲା ଯେ ଦୂର୍ଘଟଣାରେ ଗାଡି ଦୁଇଟି ଜଳିବାକୁ ଲାଗିଥିଲା । ଖବର ପାଇ ବୋରିଗୁମ୍ମା ଓ କୋଟପାଡରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଏହି ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନାମ ହରି ପାଇକ ଓ କମଳଲୋଚନ ବୋଲି ଜଣାପଡିଛି ।

Related posts

କାଳ ଡ୍ୟାମର ୩ ନମ୍ବର ଗେଟ ଖୋଲିଲା

mahabharatanews

୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଜାଣନ୍ତୁ କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣର ସ୍ପର୍ଶ ସମୟ

mahabharatanews