Uncategorized

ମଧ୍ୟପ୍ରଦେଶ ସଂକଟ ମଧ୍ୟରେ ଜୟପୁର ଅଭିମୁଖେ କଂଗ୍ରେସର ୯୫ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ଆଜି କଂଗ୍ରେସର ୯୫ ବିଧାୟକ ଜୟପୁର ଯାତ୍ରା କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ସମର୍ଥକ ବିଜେପିରେ ଯୋଗଦେବା ପରେ ଦଳ ତାର ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଶାସକ ଦର ତାର ସମସ୍ତ ୯୫ ବିଧାୟକଙ୍କୁ ଜୟପୁର ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛି । ମଧ୍ୟାହ୍ନ ୧୨ଟାରେ ତିନୋଟି ବସରେ ଏହି ସମସ୍ତ ବିଧାୟକଙ୍କୁ ଭୋପାଲର ରାଜା ଭୋଜ ବିମାନବନ୍ଦରରେ ପହଁଚିଥିଲେ । ଏହି ବିଧ।।ୟକଙ୍କ ମଧ୍ୟରେ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାରେ ସମର୍ଥ ହେବାକୁ ନେଇ ବିଶ୍ୱାସ ଦେଖାଦେଇଥିଲା । ଏହି ବିଧାୟକମାନେ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି କି, ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ଦଳ ଛାଡିଥିବା ୧୦-୧୨ ବିଧାୟକ ସଠିକ ସମୟରେ ବହୁମତ ସାବ୍ୟସ୍ତ କରିବା ବେଳେ ସେମାନଙ୍କ ସମର୍ଥନ ଦଳକୁ ଦେବେ । ଏହି ବିଧାୟକମାନଙ୍କୁ ନେଇ ଯାଉଥିବା ରାଜ୍ୟ ମନ୍ତ୍ରୀ ସଜନ ସିଂହ ବର୍ମା କହିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଶ୍ୱାସକୁ ବଜାୟ ରଖିବାକୁ ଆମେ ଜୟପୁରରେ ଆମ ସମସ୍ତ ବିଧାୟକଙ୍କ ସହ ଏକାଠି ରହିବୁ । ଅନ୍ୟତମ ବିଧାୟକ କମଲେଶ୍ୱର ପଟେଲ କହିଲେ, ଆମକୁ ପୂର୍ଣ୍ଣ ବିଶ୍ୱାସ କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାରେ ସମର୍ଥ ହେବ । ସିନ୍ଧିଆଙ୍କ ସମର୍ଥିତ ୧୯ ବିଧାୟକ, ଯେଉଁମାନେ ବର୍ତ୍ତମାନ ବେଙ୍ଗାଲୁରରେ ରହିଛନ୍ତି, ସେମାନଙ୍କ ସମ୍ପର୍କରେ ପଚରାଯିବାରୁ ରାଜ୍ୟ ମନ୍ତ୍ରୀ ପ୍ରିୟବ୍ରତ ସିଂହ କହିଛନ୍ତି, ସେମାନଙ୍କ ମଧ୍ୟରୁ ୧୦-୧୨ ଜଣ ବିଧାୟକ କଂଗ୍ରେସକୁ ଫ୍ଲୋର ଟେଷ୍ଟ ସମୟରେ ସମର୍ଥନ କରିବେ । ସେ ଆହୁରି କହିଥିଲେ, କଂଗ୍ରେସ ନେତାମାନେ ବେଙ୍ଗାଲୁରୁରେ ଥିବା ବିଧାୟକଙ୍କ ସମ୍ପର୍କରେ ରହିଛନ୍ତି ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମଧ୍ୟପ୍ରଦେଶରରେ ୧୫ ମାସ ଧରି ଚାଲିଥିବା କମଳନାଥ ସରକାରକୁ ଭାଙ୍ଗିବା ପାଇଁ କଂଗ୍ରେସର ୨୨ ସିନ୍ଧିଆ ସମର୍ଥିତ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ । ଏହା ପରେ କଂଗ୍ରେସ ପକ୍ଷରୁ ଅଡ଼୍ୟ ବିଧାୟକଙ୍କୁ ଏକଜୁଟ କରି ରଖିବାକୁ ପଦକ୍ଷେପ ନିଅ।।ଯାଉଛି । ଏଥିସହ ବେଙ୍ଗାଲୁରୁରେ ବିଜେପି ରଖାଇଥିବା ବିଧାୟକଙ୍କ ସହ କଂଗ୍ରେସ ପକ୍ଷରୁ ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ଏଥିନେଇ ସଜନ ସିଂହ ମଧ୍ୟ ବେଙ୍ଗାଲୁରୁ ଯାଇଥିଲେ । ମଧ୍ୟପ୍ରଦେଶରେ ୨୨୮ ବିଧାୟକ ଥିବା ବେଳେ କଂଗ୍ରେସ ୧୧୪ ବିଧାୟକଙ୍କୁ ନେଇ ସରକାର ଗଠନ କରିଥିଲା । କିନ୍ତୁ ୨୨ ଜଣଙ୍କ ଇସ୍ତଫା ପରେ କଂଗ୍ରେସ ସରକାର ଭାଙ୍ଗିବା ଆଶଙ୍କା ଦେଖା ଦେଇଛି । କଂଗ୍ରେସକୁ ୪ ସ୍ୱାଧୀନ, ୨ ବିଏସପି ଓ ଏସପି ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବିଜେପିକୁ ସମର୍ଥନ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ବିଜେପିର ସିଟ ସଂଖ୍ୟା ୧୦୭ ରହିଛି ।

Related posts

ଦେଶରେ କରୋନା ମୃତ୍ୟୁ ୬୪୦ ଛୁଇଁଲା

mahabharatanews

ଜାଫରାବାଦରେ ମହିଳାଙ୍କ ସିଏଏ ବିରୋଧୀ ଆନ୍ଦୋଳନ

mahabharatanews

ଲକଡାଉନ୍ ରେସିପି: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ସ୍ୟାଣ୍ଡଓ୍ୱିଚ୍

mahabharatanews