Uncategorized

ଘରେ ପ୍ରସ୍ତୁତ କରନ୍ତୁ ଆଳୁ ମଖତ୍ନ

(ମହାଭାରତ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଆଳୁ ମଖନି ।
ଆବଶ୍ୟକୀୟ ସାମଗ୍ରୀ : ଆଳୁ, ଜିରା, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ , ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍ କ୍ରିମ, ତେଲ, ଘିଅ ଓ ଲୁଣ ।
ପ୍ରସ୍ତୁତ ପ୍ରାଣଳୀ:
ପ୍ରଥମେ ଅଦା, ରସୁଣ ଓ କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ । ସେହିପରି ଅଳ୍ପ କିଛି କାଜୁ ଭାଜି ରଖନ୍ତୁ ଓ ଆଳୁକୁ ଫ୍ରାଏ କରନ୍ତୁ । ଏଗୁଡିକୁ ବେଶୀ ଲାଲ୍ କରିବେ ନାହିଁ । ଆଳୁ ଗୋଲ୍ଡେନ କଲର ହୋଇଆସିଲେ ଏହାକୁ ଏକ ପ୍ଲେଟକୁ ବାହାର କରନ୍ତୁ ।
ଏହାପରେ ଅନ୍ୟ ଏକ କଡେଇରେ ଘିଅ ଗରମ କରି ଜିରା ପକାନ୍ତୁ । ଜିରା ଫୁଟିଗଲା ପରେ ସେଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ଅଦା ରସୁଣ କାଜୁ ପେଷ୍ଟ ପକାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ । ଏହାପରେ ଫ୍ରାଏ କରି ରଖିଥିବା ଆଳକୁ ପକାଇ ଆଉ କିଛି ସମୟ ମସଲାକୁ କଷନ୍ତୁ ।
ମସଲା ଭଲ ଭାବେ କଷି ହୋଇଗଲେ ଗ୍ୟାସର ଆଞ୍ଚ ଧିମା କରି ଦହି, କ୍ଷୀର, ପାଣି , ଅଳ୍ପ ଫ୍ରେଶ କ୍ରିମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ସିଝିବା ପାଇଁ ଏହାକୁ ୩ ମିନିଟ୍ ଛାଡି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ଆଲୁ ମଖନି’ ।

Related posts

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

mahabharatanews

ହୋଟେଲରେ ବସି ଖାଇବାକୁ କେରଳ ସରକାର ଦେଲେ ନିର୍ଦ୍ଦେଶ

mahabharatanews

କେନ୍ଦ୍ର ନିର୍ଦ୍ଦେଶକୁ କେଜରିୱାଲଙ୍କ ଅମାନ୍ୟ

mahabharatanews