Uncategorized

ଡିପ୍ରେସନରେ ଅରମାନ,ଡିଲିଟ୍ କଲେ ଇନଷ୍ଟାଗ୍ରାମ ପୋଷ୍ଟ

(ମହାଭାରତ): ବଲିଉଡର ଜଣାଶୁଣା ଏବଂ ଲୋକପ୍ରିୟ ଗାୟକ ଅରମାନ ମଲ୍ଲି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ପ୍ରତ୍ୟେକ ଦିନ ନିଜର ଫ୍ୟାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରନ୍ତି । କିନ୍ତୁ ନିକଟରେ ଅରମାନ ତାଙ୍କର ସମସ୍ତ ପୋଷ୍ଟ ଏବଂ ଭିଡିଓ ଇନଷ୍ଟାଗ୍ରାମରୁ ଡିଲିଟ କରିଛନ୍ତି । ଏହିସବୁ ପୋଷ୍ଟକୁ ହଟାଇବା ପରେ ଅରମାନ ଏକ ନୂଆ ପୋଷ୍ଟ ଲେଖିଛନ୍ତି, ‘ଏବେ ଆଉ ସହି ହଉନି’ । ଅରମାନଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକଙ୍କ ବହୁତ ଚିନ୍ତାରେ ରହିଛନ୍ତି ।

ଏହି ପୋଷ୍ଟକୁ ନେଇ ଅରମାନଙ୍କ ପାଖକୁ ବିଭିନ୍ନ ପ୍ରକାର କମେଣ୍ଟ ଆସୁଛି । ବୋଧହୁଏ ଅରମାନ ଡିପ୍ରେସନରେ ଗତି କରୁଛନ୍ତି ବୋଲି ଫ୍ୟାନ କହୁଛନ୍ତି । ଏହା ଛଡା ଅରମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥାଇପାରେ ବୋଲି ଫ୍ୟାନ ଅନ୍ଦାଜା ଲଗାଉଛନ୍ତି । ଏହା ପ୍ରଥମ ଥର ନୁହେଁ, ଏପରି ପୂର୍ବରୁ ଅରମାନ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ଜଣାଶୁଣା ସିଙ୍ଗର ଜିଷ୍ଟନ ବିବରଙ୍କୁ ଟ୍ୱିଟ୍ କରି କହିଥିଲେ, ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି ବୋଲି ।

Related posts

ନାଗାପାଟନମରେ ୩୬୫ କୋଟି ଟଙ୍କାର ମେଡିକାଲ କଲେଜ ପାଇଁ ଶିଳାନ୍ୟାସ

mahabharatanews

ସିଏଏ ବିରୋଧୀ ଆନ୍ଦୋଳନରେ ବୋମା ମାଡ, ୨ ମୃତ

mahabharatanews

ଚୀନର ଯୋଜନାବଦ୍ଧ ହିଂସାକାଣ୍ଡ: ଜୟଶଙ୍କର

mahabharatanews