Uncategorized

କୋରୋନା ଆତଙ୍କ: ମାସ୍କ ପିନ୍ଧିଲେ ଭାଗବାନ ଶିବ

(ମହାଭାରତ): କୋରୋନା ଭୂତାଣୁ ସଂକ୍ରମଣ ଭୟରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସହିତ ଆଲିଙ୍ଗନ ଏବଂ କାହା ସହିତ ହାତ ମିଳାଇବାକୁ ବି ବାରଣ କରାଯାଉଛି । ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାର କରିବା ଲାଗି ବାରାଣାସୀର ପହଲାଦେଶ୍ୱର ମହାଦେବ ମନ୍ଦିରରେ ଠାକୁରଙ୍କୁ ମାସ୍କ ପିନ୍ଧା ଯାଇଛି । ଏହା ସହିତ ଠାକୁରଙ୍କୁ ଛୁଇଁବା ଲାଗି ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ବୋଲି ପୂଜାରୀ କୃଷ୍ଣା ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି । ଏହା ଦ୍ୱାରା ଲୋକଙ୍କ ମଧ୍ୟରେ କୋରୋନା ନେଇ ସଚେତନତା ବୃଦ୍ଧି ପାଇବାର ଆଶା ରହିଛି । ଖରାଦିନେ ଠାକୁରଙ୍କ ପାଖରେ ଏସି ଏବଂ ଶୀତଦିନେ ଠାକୁରଙ୍କୁ ପୋଷାକ ପିନ୍ଧାଇ ସଚେତନତା ସୃଷ୍ଟି କରାଯାଇଥାଏ ବୋଲି ସେ କହିଛନ୍ତି ।

Related posts

ମାନସିକ ରୋଗୀଙ୍କ ବୟାନ ଗ୍ରହଣ କରାଯାଇ ପାରିବ: ସୁପ୍ରିମ କୋର୍ଟ

mahabharatanews

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢିଲା ସାବୁନ ରେଟ୍ ।

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews