Uncategorized

ବିମାନ ବାତିଲ: ଇରାନରେ ଫସିଗଲେ ୨ ଭାରତୀୟ

ମୁମ୍ବାଇ: ଭାରତ ସରକାର କୋରୋନା ସଂକ୍ରମିତ ଦେଶକୁ ବିମାନ ଉଡାଣ ବାତିଲ କରିବା ପରେ ବ୍ୟବସାୟ କାମରେ ଇରାନ ଯାଇଥିବା ଦୁଇ ଭାରତୀୟ ସେଠାରେ ଫସି ଯାଇଛନ୍ତି । ମୁମ୍ବାଇ ବାସିନ୍ଦା ଅରବିନ୍ଦ ଜାଦବ ଓ ବେଦାନ୍ତ କାଦାମ ସେମାନଙ୍କ ବ୍ୟବସାୟ କାମରେ ଇରାନ ଯାଇଥିବା ବେଳେ ବର୍ତ୍ତମାନ ଇରାନର ରାଜଧାନୀ ତେହେରାନରେ ଅଛନ୍ତି । ଇରାନକୁ ଭାରତ ସରକାର ସମସ୍ତ ଉଡାଣ ବାତିଲ କରିବା ପରେ ଏହି ଦୁଇ ଭାରତୀୟ ବ୍ୟବସାୟୀ ସେମାନଙ୍କ ତୁରନ୍ତ ଉଦ୍ଧାର ପାଇଁ ଭାରତ ସରକାର ନିକଟରେ ଗୁହାରୀ ଲଗାଇଛନ୍ତି । ସେମାନେ ଯାତ୍ରାକରିଥିବା ବିମ।।ନ ଉଡାଣ ରୁଟକୁ ବନ୍ଦ କରି ଦିଆଯିବା ପରେ ସେମାନେ ତେହରାନରେ ଫସି ରହିଛନ୍ତି । ସେମାନେ ଯେଉଁ ହୋଟେଲରେ ରହୁଥିଲେ, ତାହା ମଧ୍ୟ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏହି ଦୁଇ ଭାରତୀୟ ହ୍ୱାଟ୍ସଅପ ଜରିଆରେ ସେମାନଙ୍କ ପରିବାର ସହ ସମ୍ପର୍କରେ ରହିଛନ୍ତି ଓ ତୁରନ୍ତ ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଗୁହାରି କରୁଛନ୍ତି ।

ସୂଚନାଯୋଗ୍ୟ, ଇରାନରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ମୃତ୍ୟୁସଂଖ୍ୟା ୩୫୪କୁ ବୃଦ୍ଧି ପାଇଛି । ବୁଧବାର ଗୋଟିଏ ଦିନରେ ୬୩ଟି ମୃତ୍ୟୁ ମାମଲା ଇରାନାରେ ରହିଥିବା ଇରାନ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଂକ୍ରମଣ ରୋକିବାକୁ ଇରାନରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସ।।ଂସ୍କୃତିକ କାର୍ଯ୍ୟକ୍ରମ, କ୍ରିଡା ଆଦିକୁ ବନ୍ଦ ରଖାଯାଇଛି । ଅପରପକ୍ଷରେ ବିଶ୍ୱବ୍ୟାପୀ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୨୦ ହଜାର ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୩ଶହରେ ପହଞ୍ଚିଛି ।

Related posts

ବିମାନ କମ୍ପାନୀରେ ଯୌନ ଉତ୍ପୀଡନ ନେଇ ଡିଜିଏ ଅସନ୍ତୁଷ୍ଟ

mahabharatanews

ଦିଲ୍ଲୀରେ ଆପ୍ କର୍ମୀଙ୍କୁ ହତ୍ୟା, ୩ ଗିରଫ

mahabharatanews

୫ ବର୍ଷରେ ସାରା ଦେଶରେ ୧,୭୫,୬୯୫ ଦୁଷ୍କର୍ମ

mahabharatanews