Uncategorized

ରବିନା, ଫାରହା, ଭାରତୀଙ୍କ ବିରୋଧରେ ମାମଲାର ଶୁଣାଣି ୨୫ରେ

ଚଣ୍ଡିଗଡ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଆଜି ପଞ୍ଜାବ ରାଜ୍ୟ ସରକାରକୁ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ, ଫିଲ୍ମ ନିର୍ମାତା ଫାରହା ଖାନ ଓ ହାସ୍ୟଅଭିନେତ୍ରୀ ଭାରତୀ ସିଂହଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ ପଦକ୍ଷେପ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟିଭି ସୋରେ ଏହି ତିନି ହସ୍ତୀ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଥିବା ନେଇ ଏଫଆଇଆର ଦାୟର ହୋଇଥିଲା । ଜଷ୍ଟିସ ସନ୍ଦିପ ଆଲୁୱାଲିଆ ପଞ୍ଜାବ ସରକାରକୁ ଏକ ନୋଟିସ ଜାରି କରିବା ସହ ଆସନ୍ତା ୨୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଦୁଇ ବଲିଉଡ ସେଲିବ୍ରିଟିଙ୍କ ସହ ହାସ୍ୟ ଅଭିନେତ୍ରୀଙ୍କ ନାମରେ ରୁପନଗର ଓ ଫିରୋଜପୁର ଥାନାରେ ମାମଲା ରୁଜୁ ହୋଇଛି । ଚରଣ ମାସି ଓ ବିଜୟ ଗୋରିୟାନ ନାମକ ଦୁଇ ଜଣ ବ୍ୟକ୍ତି ଏମାନଙ୍କ ନାମରେ ଧର୍ମୀୟ ଭାବନା ସହ ଖେଳ ଖେଳୁଥିବା ନେଇ ଏଫଆଇଆର ଦାୟର କରିଥିଲେ ।

Related posts

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଲିରେ ଫସିଲା ଆମ୍ବୁଲାନ୍ସ, ରୋଗୀ ମୃତ

mahabharatanews

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews

ସିଏଏ ବିରୋଧରେ ପ୍ରଦର୍ଶନ ଜାରି, ଦିଲ୍ଲୀର ୧୪ ମେଟ୍ରୋ ଷ୍ଟେସନ ବନ୍ଦ

mahabharatanews