Uncategorized

ରାଜ୍ୟସଭା ପାଇଁ ସିନ୍ଧିଆଙ୍କ ନାମାଙ୍କନ ଦାଖଲ

ଭୋପାଳ: କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ରାଜ୍ୟସଭା ପଦ ପାଇଁ ବିଜେପିରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭା ଭୋଟି ହେବ ।

୪୯ ବର୍ଷୀୟ ସିନ୍ଧିଆ ଆଜି ବିଜେପିର ବହୁ ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ କର୍ମକର୍ତ୍ତାଙ୍କ ଗହଣରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ, ଗତବୁଧବାର ସିନ୍ଧିଆ ଆନୁଷ୍ଠନିକଭାବେ ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା, ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ତିତ ଥିଲେ । ଏହା ପରେ ଗତକାଲି ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରେ ଗୃହମନ୍ତ୍ରୀ ଅମିତ ଶହାଙ୍କୁ ଭେଟିଥିଲେ । ମାର୍ଚ୍ଚ ୨୬ ତାରିଖରେ ଦେଶର ବିଭିନ୍ନ ପ୍ରାନ୍ତରୁ ଖାଲି ଥିବା ୫୫ ରାଜ୍ୟସଭା ଆସନ ପାଇଁ ଭୋଟ କରାଯାଉଛି ।

Related posts

ନିର୍ଭୟା ଦୋଷୀଙ୍କ ସୁରକ୍ଷା ପାଇଁ ଦିନକ ଖର୍ଚ୍ଚ ୫୦ ହଜାର

mahabharatanews

ଟ୍ରେନ- ବସ ଧକ୍କା, ୧୯ ଯାତ୍ରୀଙ୍କ ମୃତ୍ୟୁ

mahabharatanews

ହାଥରସ ଗଣଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ୟୁପି ସରକାରଙ୍କ ସତ୍ୟପାଠ ଦାଖଲ

mahabharatanews