ଓଡିଶା

ମନ୍ଦିରରେ ସେଲଫି ନେବା ବେଳେ ଖସି ପଡିଲେ ମହିଳା

(ମହାଭାରତ, କୋଣାର୍କ): କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଏକ ଅଘଟଣ ଘଟିଛି । ଏଠାରେ ଜଣେ ମହିଳା ପର୍ଯ୍ୟଟକ ସେଲଫି ନେବା ବେଳେ ଖସି ପଡି ଆହତ ହୋଇଛନ୍ତି । ମହିଳା ଜଣକ ଭୂବନେଶ୍ୱରର ବାସିନ୍ଦା ଶୂଭାସିନୀ ମଲ୍ଲିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ମହିଳା ଜଣକ ନିଜ ପରିବାର ସହ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ । ଏଠାରେ ବୁଲିବା ବେଳେ ସେ ମନ୍ଦିର ନାଟ୍ୟମଣ୍ଡପରେ ଠିଆ ହୋଇ ସେଲଫି ନେଉଥିଲେ । ଏହି ସମୟରେ ସେଠାରୁ ଖସି ପଡି ସେ ଗୁରୁତର ଆହତ ହୋଇଥିଲେ । ଏଥିରେ ତାଙ୍କ ଛାତି, ମୁଣ୍ଡ ଓ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୂବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Related posts

ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ

mahabharatanews

ଟ୍ରେନ୍ ଧକ୍କାରେ ୧୨ରୁ ଉର୍ଦ୍ଧ୍ୱ ମୃତ, ୨ ଗୁରୁତର

mahabharatanews

୧୩୭୧ ଜଣ ପ୍ରବାସୀ ବ୍ୟକ୍ତି ଆସିଲେ ପୁରୀ ଜିଲ୍ଲାକୁ

mahabharatanews