ଓଡିଶା

ଟ୍ରକ୍-କଣ୍ଟେନର ଧକ୍କା, ଜଣେ ମୃତ

(ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରକିପୁର ନିକଟରେ ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ଏଠାରେ ଏକ ବାଲି ବୋଝେଇ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ କଣ୍ଟେନର ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ତାଙ୍କର ପରିଚୟ ଏଯାଏ ଜଣାପଡି ନାହିଁ । ରବିବାର ସକାଳେ ଏହି ଅଘଟଣ ହୋଇଛି । ସୂଚନା ଅନୁଯାୟୀ, ବାଲି ବୋଝେଇ ଟ୍ରକଟି ସୋର ଅଭିମୁଖେ ଯାଉଥିବା ବେଳେ କଣ୍ଟେନରଟି ଭୂବନେଶ୍ୱରରୁ ବାଲେଶ୍ୱର ଯାଉଥିଲା । ଏହି ସମୟରେ ଟ୍ରକ୍ ସହ କଣ୍ଟେନର ମୁହାଁମୁହିଁ ହୋଇଥିଲା । ଏଥିରେ କଣ୍ଟେନର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୂର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପର ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କଣ୍ଟେନର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଯାଇଥିବାରୁ ପ୍ରାୟ ଏକ ଘଣ୍ଟା ଉଦ୍ୟମ ପରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ଏଥିସହ ବାଲି ବୋଝେଇ ଟ୍ରକ କଣ୍ଟେନରକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ବିକାଶର ଧାରା ଓଡ଼ିଶା ସାରା : ଗଜପତିରେ ବିକାଶମୂଳକ ଯୋଜନା ଉପରେ ଆଲୋଚନା

mahabharatanews

କର୍ପୋରେଟ୍‌ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

mahabharatanews