Uncategorized

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

(ନୂଆଦିଲ୍ଲୀ): ମଧ୍ୟପ୍ରଦେଶରେ କମଲନାଥ ସରକାରଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ବିଜେପି ଦ୍ୱାରସ୍ଥ ହୋଇଛି । ଦଳ ପକ୍ଷରୁ ଦାଏର ହୋଇଥିବା ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ଏବଂ ବିଧାନସଭାର ବାଚସ୍ପତି ଏନ. ପି ପ୍ରଜାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟଙ୍କୁ ଇମେଲ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନୋଟିସ ଜାରି କରିଥିବା ଜଣାଯାଇଛି । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲା । ତେବେ ଏହି ଅଭିଯୋଗର ଶୁଣାଣି ବେଳେ କଂଗ୍ରେସ ସରକାରଙ୍କ ତରଫରୁ କୌଣସି ପ୍ରତିନିଧି ପହଞ୍ଚି ନଥିବାରୁ ଏହାର ପରବର୍ତ୍ତୀ ଶୁଣାଣି ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ବୁଧବାର ସକାଳ ସାଢେ ୧୦ଟା ବେଳେ ଏହି ମାମଲାର ଶୁଣାଣି କରିବେ । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ସୋମବାର ବିଧାନସଭା କିଛି ସମୟ ପାଇଁ ଚାଲିବା ପରେ ବାଚସ୍ପତି ଏନ. ପି ପ୍ରଜାପତି କରୋନା ଆଳ ଦେଖାଇ ବିଧାନସଭାକୁ ୧୦ ଦିନ ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ୯ ଜଣ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related posts

 ଆଜି ଆସିବ ଦ୍ୱିତୀୟ ବୋଇଂ ଏୟାରକ୍ରାଫ୍ଟ

mahabharatanews

ବିୟର କାରଖାନାରେ ଗୁଳିକାଣ୍ଡରେ ୬ ମୃତ

mahabharatanews

ଇରାନ ସଂସଦୀୟ ନିର୍ବାଚନରେ ଭୋଟ ପ୍ରିକ୍ରିୟା ସମ୍ପନ୍ନ

mahabharatanews