Uncategorized

ନୌସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ

(ନୂଆଦିଲ୍ଲୀ): ସ୍ଥଳସେନା ପରି ନୌସେନାରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନର ବ୍ୟବସ୍ଥା ହେବ । ପୁରୁଷ ଓ ମହିଳା ଅଫିସରଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରିବା ଉଲ୍ଲେଖ କରି ସୁପ୍ରିମକୋର୍ଟ ନୌବାହିନୀରେ କାର୍ଯ୍ୟରତ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ଅନୁମତି ଦେଇଛନ୍ତି । ପୂର୍ବରୁ କୋର୍ଟ ସ୍ଥଳସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ନୌବାହିନୀରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ବାରଣ କରିବା ଦ୍ୱାରା ସେମାନଙ୍କ ପ୍ରତି ଅନ୍ୟାୟ ହେବ । ଏଣୁ ଆଗାମୀ ୩ ମାସ ଭିତରେ ନୌସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ ମଞ୍ଜୁର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଆହୁରି କହିଛନ୍ତି, ମହିଳା ଓ ପୁରୁଷଙ୍କ ଦକ୍ଷତାକୁ ନେଇ ଭେଦଭାବ କରାଯିବା ଅନୁଚିତ । ପୂର୍ବରୁ କେନ୍ଦ୍ର ସରକାର ନୌସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାରେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଲୋକସଭାରେ କହିଥିଲେ । ଏହି ପ୍ରସଙ୍ଗରେ ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଗମ୍ଭୀରତାର ସହ ପାଳନ କରିବେ ବୋଲି କେନ୍ଦ୍ର ରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ କହିଥିଲେ ।

Related posts

ଖାଲଖମାରେ ଭର୍ତ୍ତି ଜୟପାଟଣା ବଡକର୍ଲାକୋଟ ପ୍ରଧାନମନ୍ତ୍ରୀ ସଡକ ମରାମତି ଦାବି

mahabharatanews

ପ୍ରବାସୀଙ୍କ ଟ୍ରେନ ଖର୍ଚ୍ଚ ପାଇଁ ଆଇନଜୀବୀଙ୍କ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ

mahabharatanews

ନିଶା ନିବାରଣ କେନ୍ଦ୍ରରେ ଗୁଳିକାଣ୍ଡ: ୨୪ ମୃତ

mahabharatanews