Uncategorized

ଘୁଞ୍ଚିଲା ବରୁଣ ଓ ରିଚାଙ୍କ ବାହାଘର

(ମହାଭାରତ): ଅନ୍ୟାନ୍ୟ କ୍ଷେତ୍ର ଭଳି କୋରୋନା ଯୋଗୁ ବଲିଉଡ ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରଭାବିତ ହୋଇଛି । ଅନେକ ରାଜ୍ୟରେ ଫିଲ୍ମ ହଲଗୁଡିକୁ ବନ୍ଦ କରି ଦିଆଯାଇଚି । ଅନେକ ଫିଲ୍ମର ରିଲିଜ ସ୍ଥଗିତ କରିଦିଆଯାଇଛି । ସେହିଭଳି ଅନେକ ଫିଲ୍ମର ଶୁଟିଂ ବନ୍ଦ କରି ଦିଆଯାଇଛି । ତେବେ କେବଳ ବୃତ୍ତିଗତ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି କଳାକାର ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବରୁଣ ଧାୱନ, ରିଚା ଚଢା ଓ ଅଲୀ ଫଜଲ । କୋରୋନା ଯୋଗୁ ଏହି ସବୁ କଳାକାରଙ୍କୁ ସେମାନଙ୍କ ବାହାଘର ଘୁଞ୍ଚାଇବାକୁ ପଡିଛି ।

ବରୁଣ ବାହା ହେବେ ନତାଶା ଦଲାଲଙ୍କୁ । ଏଦୁଇ ଜଣ ପ୍ରଥମେ ଥାଇଲ୍ୟାଣ୍ଡରେ ବାହା ହେବେ ବୋଲି ସ୍ଥିର କରିଥିଲେ । ପରେ ଏହାକୁ ରାଜସ୍ଥାନର ଯୋଧପୁରରେ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଉଭୟଙ୍କ ପରିବାର ଲୋକେ ଏହାକୁ ଅତ୍ୟନ୍ତ ନିରାଡମ୍ବର ଭାବେ ମୁମ୍ବାଇରେ କରିବାକୁ ସ୍ଥିର କରିଥିଲେ । କିନ୍ତୁ ସଦ୍ୟ ସୂଚନାଅନୁଯାୟୀ, କୋରୋନା ଯୋଗୁ ସେମାନଙ୍କ ବାହାଘରକୁ ଘୁଞ୍ଚାଇ ଦିଆଯାଇଛି । ନଭେମ୍ବର ମାସରେ ସେମାନଙ୍କ ବାହାଘର ହେବ ।

ରିଚା ଚଢା ଓ ଅଲୀ ଫଜଲ ଏପ୍ରିଲ ମାସରେ ବାହା ହେବାକୁ ସ୍ଥିର କରିଥିଲେ । କିନ୍ତୁ କୋରୋନା ପାଇଁ କେଉଁ ମାସରେ ବାହା ହେବେ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି ।

Related posts

ଉତ୍ତରପ୍ରଦେଶରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

mahabharatanews

ଲକଡାଉନ୍ ରେସିପି: ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ସ୍ୟାଣ୍ଡଓ୍ୱିଚ୍

mahabharatanews

ଦେଶରେ ୨୪ ଘଣ୍ଟାରେ ୨୫୫୩ ନୂଆ ଆକ୍ରାନ୍ତ, ୭୨ ମୃତ୍ୟୁ

mahabharatanews